ତୋଷାଳୀ ମେଳା, ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ, ୬୫୦ ରୁ ଊର୍ଦ୍ଧ ଷ୍ଟଲରେ ପ୍ରାୟ ୩୦.୩୯ କୋଟି ଟଙ୍କାର ବ୍ୟବସାୟ

ଭୁବନେଶ୍ବର:  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନଠାରେ, ଆୟୋଜିତ୧୮ ତମତୋଷାଳିଜାତୀୟହସ୍ତଶିଳ୍ପମେଳାରଆଜି ଉଦ୍‌ଯାପନ ହୋଇଯାଇଅଛି। ଉଦ୍‌ଯାପନୀ ସଂଧ୍ୟାରେ ଅତିଥି ଭାବେ ଯୋଗଦେଇ ଥିଲେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର। ମଞ୍ଚରେ ଉପସ୍ଥିତ ଥିଲେ କେନ୍ଦ୍ର ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟର ପୂର୍ବତନ ସଚିବ ସଞ୍ଜୟ କୁମାର ପଣ୍ଡା; ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ; ପଦ୍ମଶ୍ରୀ ପ୍ରଭାକର ମହାରଣା; ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ତଥା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ; ସ୍ବତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ;ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ତଥା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ।

prayash

ଉପସ୍ଥିତ ଅତିଥିମାନେ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ଏବଂ ମେଳା ପରିଚାଳନା ପାଇଁ ଗଠନ କରାଯାଇଥିବା କମିଟିର ମୁଖ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ, ସମସ୍ତ ଅତିଥି, ମେଳାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ବିଭାଗରପ୍ରମୁଖଶାସନସଚିବଡ. ଅରବିନ୍ଦକୁମାରପାଢ଼ୀଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ, ଦିବ୍ୟାଙ୍ଗ କଳାକାର ସୋନାଲୀ ମହାପାତ୍ର ଓ ସାଥିଙ୍କ ଦ୍ବାରା ପରିବେଷିତ ଓଡିଶୀ ନୃତ୍ୟ, ଉପସ୍ଥିତ ଅତିଥିବୃନ୍ଦ, ଦର୍ଶକ ତଥା ହସ୍ତଶିଳ୍ପ ଓ ହସ୍ତତନ୍ତକାରିଗରମାନଙ୍କ ମନରେ ଆନନ୍ଦ ଭରିଦେଇଥିଲା।

ଏହି ମେଳାରେ, ଭାରତର ୨୧ ଟି ରାଜ୍ୟ ଓ ୨ ଟି କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୭୫ ଜଣ କାରିଗର / ବୁଣାକାର ଅଂଶ ଗ୍ରହଣ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ସୁସ୍ବାଦୁ ଖାଦ୍ଯ ଏବଂ ବିଶେଷଭାବରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ମେଳାର ଆକର୍ଷଣ ପାଲଟିଥିଲା।
ଚଳିତ ବର୍ଷ ମେଳାରେ ୬୫୦ ରୁ ଊର୍ଦ୍ଧ ଷ୍ଟଲରେ ପ୍ରାୟ ୩୦.୩୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଏହାମଧ୍ୟରୁ ୧୭.୫୫ କୋଟି ହସ୍ତଶିଳ୍ପ, ୯.୨୮ କୋଟି ହସ୍ତତନ୍ତ ଓ ଖାଦ୍ୟ ପ୍ରାଙ୍ଗଣରେ ୩.୯୫ କୋଟି ଟଙ୍କାର ବ୍ୟବସାୟ ହୋଇଅଛି ଏବଂ ପ୍ରାୟ ୨୫ ଲକ୍ଷରୁ ଅଧିକ ଦର୍ଶକ ମେଳାପରିଦର୍ଶନ କରିଥିଲେ ।

kalyan agarbati

Comments are closed.