ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ – ଜନସ୍ୱାସ୍ଥ୍ୟ ନିର୍ଦେଶକ

ଡେସ୍କ: ଟମାଟୋ ଫ୍ଲୁ ଏହା ଏକ ଭାଇରାଲ ରୋଗ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି, ଏହି ସମୟରେ ଟମାଟୋ ଫ୍ଲୁ ରୋଗ ହୁଏ ଏବଂ ଭୋକ ନ ଲାଗିବା, ବାନ୍ତି ହେବା, ଦେହ ସାରା ଫଳି ଯିବା ଓ ନାଲି ପଡିବା ଏବଂ ଜ୍ୱର ହେବା ଏହି ଫ୍ଲୁର ଲକ୍ଷଣ। ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏଭଳି କେତେ ସଂକ୍ରମିତ ଅଛନ୍ତି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମଗାଯାଇଥିଲା। ଆରଏମଆରସି ଏହି ଭାଇରଲ ଭାଇରସର ଚିହ୍ନଟ କରିବେ। ନମୁନା ସଂଗ୍ରହ କରାଯାଇ ପଠାଯିବ। ଏହା ହାତ ପାଟି ପାଦ ରୋଗ ବୋଲି ସନ୍ଦେହ କରାଯାଉଛି। ଏହି ସନ୍ଦେହକୁ ଦୂର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ ବୋଲି ସେ କହିଛନ୍ତି।

prayash

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ଜାରି ରହିଛି। ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି।

kalyan agarbati

Comments are closed.