www.samajalive.in
Sunday, December 7, 2025
23.1 C
Bhubaneswar

ଟମ୍‌ କ୍ରୁଜ୍‌ଙ୍କ ନାଁରେ ଆଉ ଏକ ଗିନିଜ୍‌ ଓ୍ବର୍ଲ୍ଡ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ତିନି ଥର ଓସ୍କାର ଆଓ୍ବାର୍ଡ଼ ପାଇଁ ମନୋନୀତ ହୋଇଥିବା ହଲିଉଡ଼ ଅଭିନେତା ଟମ୍‌ କ୍ରୁଜ୍‌ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ତାଙ୍କ ନାମ ଗିନିଜ୍‌ ଓ୍ବର୍ଲ୍ଡ ରେକର୍ଡସ୍‌ରେ ଲିପିବଦ୍ଧ ହୋଇଛି। ନିକଟରେ ଅଭିନେତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି। ପୁଣିଥରେ ଗିନିଜ୍‌ ଓ୍ବର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି ଟମ୍‌ କ୍ରୁଜଙ୍କ ନାଁ। ‘ମିଶନ ଇମ୍ପସିବଲ’ ଫ୍ରାଞ୍ଚାଇଜର ଅଷ୍ଟମ କିସ୍ତିରେ ଷ୍ଟଣ୍ଟ ପାଇଁ ସେ ଏହି ରେକର୍ଡ ହାସଲ କରିଛନ୍ତି।

‘ମିଶନ ଇମ୍ପସିବଲ’ ଫ୍ରାଞ୍ଚାଇଜର ଅଷ୍ଟମ କିସ୍ତି ‘ମିଶନ ଇମ୍ପସିବଲ- ଦି ଫାଇନାଲ ରେକନିଙ୍ଗ୍‌ (୨୦୨୫)’ରେ ସେ କରିଥିବା ଆକ୍ସନ୍ ଦୃଶ୍ୟ ପ୍ରଶଂସନୀୟ। ଫିଲ୍ମରେ ଟମ୍ କ୍ରୁଜ୍ ଏକ ଜଳନ୍ତା ପାରାଶୁଟ୍‌ରେ ତଳକୁ ଡେଇଁ କମତ୍କାର ଷ୍ଟଣ୍ଟ୍ କରିଥିଲେ। ଟମ୍ ଜଳନ୍ତା ପାରାଶୁଟ୍‌ରେ ହେଲିକପ୍ଟରରୁ ୧୬ ଥର ଡେଇଁଥିଲେ, ତା’ପରେ ପାରାଶୁଟ୍‌ର ଜଳନ୍ତା ଅଂଶକୁ କାଟି ନିଜକୁ ସୁରକ୍ଷିତ କରିଥିଲେ। ଏହି ଷ୍ଟଣ୍ଟ ପ୍ରଦର୍ଶନ ପାଇଁ ତାଙ୍କ ନାମ ଗିନିଜ୍ ୱର୍ଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛି। ଜୁନ୍ ୪ ତାରିଖରେ ତାଙ୍କ ନାମ ରେକର୍ଡରେ ଲିପିବଦ୍ଧ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories