www.samajalive.in
Monday, December 8, 2025
14.1 C
Bhubaneswar

ଆଜି ମହାଶିବରାତ୍ରି – ଭୋର ୫ଟାରେ ଉଠିବ ମହାଦୀପ

ସମାଜ ପୋର୍ଟାଲ ଡେସ୍କ: : ଶୁକ୍ରବାର ମହାଶିବରାତ୍ରୀ। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ଗୁରୁବାର ମନ୍ଦିର ଚୂଡ଼ାରେ ନୂଆ ନେତ ଲାଗି ହେବା ସହ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ବିଶେଷକରି ଶୁକ୍ରବାର ଜାଗରଯାତ୍ରା ଦିନ ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ବିଶ୍ୱାସ ରହିଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିବ ପୀଠରେ। ଏକବାର ନୀତିକାନ୍ତି ପାଇଁ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ବାଲ୍ୟଭୋଗ ଲାଗି ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ଏଥିସହ ସମସ୍ତ ସକାଳ ନୀତିକାନ୍ତି ପଅଡ଼କିଆ ଓ ବଡ଼ନୀତି ଆଦି ୨ଟା ସୁଧା ସରିବା ପରେ ମନ୍ଦିର ଗର୍ଭଗୃହକୁ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି କରାଯିବା ସହିତ ମନ୍ଦିର ଚୂଡ଼ାରେ ନୂଆ ନେତ ବନ୍ଧା ଯାଇଛି। ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଏକବାର ନୀତି ଭୋଗ(ଅନ୍ନ) ଲାଗି କରାଯାଇଛି।

ଅନ୍ୟପଟେ ଜାଗର ନୀତିକାନ୍ତି ନିମନ୍ତେ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜାଗରଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବା ସହ ରାତି ୧ଟାରେ ମଣିବାବାଙ୍କ ସୁନାବେଶ ଓ ଭୋର ୫ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ ବୋଲି ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ ପ୍ରସ୍ତୁତିକୁ ତଦାରଖ କରାଯିବା ସହିତ ମନ୍ଦିର ଭିତର ବେଢା ଓ ବାହର ବେଢ଼ାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି। ସେହିପରି ଜଳପଥ ଓ ସ୍ଥଳପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ୨୪ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା, ଗହଳିପୂର୍ଣ୍ଣ ସ୍ଥାନରେ ସାଦା ପୋଷାକଧାରୀ ପୁଲିସ ଜଗି ରହିବେ ବୋଲି ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଡକୁ ଯାଞ୍ଚ କରାଯିବା ସହିତ ଭକ୍ତଙ୍କ ଗମନାଗମନରେ ଯେପରି କୌଣସି ବାଧା ନଉପୁଜିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରକାଶ ପାଇଛି। ତାହାସହ ମନ୍ଦିର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories