ମେଷ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବଂଶ ମର୍ଯ୍ୟାଦାର ରକ୍ଷାକର୍ତ୍ତା ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ଵଭାଵର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: ସେବା ମନୋଭାବ ରହିବ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ, ସାହସୀ, ସମ୍ପତ୍ତିବାନ୍ ଓ ଶିଳ୍ପୋଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଅଷ୍ଟମ ତଥା ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟରେ ସତର୍କତା ଆବଶ୍ୟକ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହେବେ। ଯଶସ୍ୱୀ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସଙ୍ଗୀତପ୍ରିୟ ହେବେ।
କର୍କଟ: ବିଭିନ୍ନ ସ୍ତରରୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ଉପଦେଶ ମାନିବେ।
ସିଂହ: ଲାଗି ରହିଥିବା ବିବାଦର ସମାଧାନ ହୋଇପାରେ। ଶତ୍ରୁପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
କନ୍ୟା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ। ପଠନ, ଲିଖନ ଉପରେ ଗୁରୁତ୍ୱ ଦେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ଅଧିକ ଲାଭ ମିଳିପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ।
ତୁଳା: ଉଦାର ସ୍ୱଭାବ ଯୋଗୁଁ ବାଦ-ବିବାଦରୁ ସ୍ୱ ଇଚ୍ଛାରେ ଓହରି ଯାଇପାରନ୍ତି। ଦାନ-ଧର୍ମ ଉପରେ ଗୁରୁତ୍ୱ ଦେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ଓ ବୁଦ୍ଧିମାନ୍ ହେବେ।
ବିଛା: ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ଓ ଭକ୍ତି ମିଳିବ।
ଧନୁ: ନିର୍ଭୀକ ଭାବେ କାର୍ଯ୍ୟ କରିବେ। ମନଇଚ୍ଛା କିଛି ନ କରି ପ୍ରତ୍ୟେକଙ୍କ କାର୍ଯ୍ୟ ପାଇଁ ପରାମର୍ଶ ନେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତି-ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
ମକର: ପରିବାରର ସ୍ନେହାସ୍ପଦ ହୋଇପାରନ୍ତି। ରୋଜଗାରକ୍ଷମ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।
କୁମ୍ଭ: ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବେ। ଆବଶ୍ୟକ ସ୍ଥଳେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ନ ହେବା ପାଇଁ ଯତ୍ନବାନ୍ ହେବାକୁ ପଡ଼ିବ। ମଧୁରଭାଷା ପ୍ରୟୋଗ କରି ଅଧସ୍ତନଙ୍କର ପ୍ରିୟପାତ୍ର ହେବେ।
ମୀନ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ସମ୍ମାନିତ ହେବେ। ପତ୍ନୀଙ୍କ ସାହାଯ୍ୟ ପାଇ ଅସାଧ୍ୟ ସାଧନ କରିପାରନ୍ତି।
ଗୁରୁବାର ରାଶିଫଳ ୧୬। ୦୪। ୨୦୨୦
Popular Categories



