ଖରାର: ପଞ୍ଜାବର ଖରାର-ଲାଣ୍ଡ୍ରାନ ରାସ୍ତା ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ମୂଳଦୁଆ ବା ନିଅଁ ଖୋଳା ହେଉଥିବା ସମୟରେ ନିକଟରେ ଥିବା ଅନ୍ୟ ଏକ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଶୁଡି ପଡିଛି। ଅଟ୍ଟାଳିକାର ଭଗ୍ନାବଶେଷରେ ପ୍ରାୟ ୬ ଜଣ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ପୁଲିସ ଓ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶନିବାର ସରକାରୀ ଛୁଟି ଦିନ ହୋଇଥିବା କାରଣରୁ ଉଦ୍ଧାରକାରୀ ଦଳର କର୍ମଚରୀ କମ୍ ସଂଖ୍ୟାରେ ରହିଛନ୍ତି। ଯାହା ଫଳରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜିଛି। ଘଟଣାସ୍ଥଳରେ ୧୦ରୁ ୧୨ଟି ଜେସିବି ନିୟୋଜିତ କରାଯାଇଛି। ଘଟଣାସ୍ଥଳରେ ଭିଡ ଜମି ରହିଛି।
Popular Categories



