ସିଂହଦ୍ବାରରେ ଲାଗିଲା ୩ ରଥ
ପୁରୀ: ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ସୁରୁଖୁରରେ ସମ୍ପନ୍ନ ହୋଇଛି । ସିଂହଦ୍ବାର ସମ୍ମୁଖରେ ୩ ରଥକୁ ଭିଡି ଭିଡି ପହଞ୍ଚାଇଛନ୍ତି ଶ୍ରଦ୍ଧାଳୁ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଛି । ରାତି ପ୍ରାୟ ସାଢେ ୯ଟା ସୁଦ୍ଧା ୩ ରଥକୁ ଟାଣି ଟାଣି ସିଂହଦ୍ବାର ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ଆଣିଛନ୍ତି ଶ୍ରଦ୍ଧାଳୁ । ବାହୁଡା ଯାତ୍ରାରେ ସମସ୍ତ ନୀତିକାନ୍ତି ସଠିକ୍ ସମୟରେ ସରିଥିଲା । ଅପରାହ୍ନ ୪ଟାକୁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ପ୍ରାୟ ଅଧଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଥିଲା ।
Comments are closed.