www.samajalive.in
Sunday, December 7, 2025
26.1 C
Bhubaneswar

ସ୍ବାଧୀନ ଭାରତରେ ପ୍ରଥମ କରି ଏହି ମହିଳାଙ୍କୁ ଦିଆଯିବ ଫାଶୀ, ପ୍ରେମିକ ସହ ମିଶି ପରିବାରର ୭ ଜଣକୁ କରିଥିଲେ ହତ୍ୟା

ଦେଶ ସ୍ବାଧୀନ ହେବା ପରଠାରୁ ଅନେକ ଅପରାଧୀଙ୍କୁ ଫାଶୀ ଦିଆଯାଇଛି। କିନ୍ତୁ ପ୍ରଥମ ଥର ଲାଗି ସ୍ବାଧୀନ ଭାରତରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଅମରୋହା ଜିଲାର ଶବନମ। କେବଳ ସେ ନୁହନ୍ତି, ତାଙ୍କ ପ୍ରେମିକ ସଲିମକୁ ବି ତାଙ୍କ ସହିତ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ଚାଲିଛି। ମଥୁରାସ୍ଥିତ ଏକମାତ୍ର ଫାଶୀ ଘରେ ଉଭୟଙ୍କୁ ଫାଶୀ ଦିଆଯିବ। ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିବା ଜହ୍ଲାଦ ପବନ ବର୍ତ୍ତମାନ ସୁଦ୍ଧା ଉକ୍ତ ଫାଶୀ ଘରକୁ ୨ ଥର ଯାଇ ନିରୀକ୍ଷଣ କରିସାରିଛନ୍ତି।

- Advertisement -

ତେବେ ଶବନମ ଏବଂ ସଲିମର ଅଫରାଧ ମଧ୍ୟ ସେହିଭଳି ଜଘନ୍ୟ, ଯେଉଁଥିପାଇଁ ସୁପ୍ରିମକୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନଙ୍କ ଅପରାଧ ଶୁଣିଲେ ଯେକୌଣସି ବ୍ୟକ୍ତିର ଲୋମ ଟାଙ୍କୁରି ଉଠିବ। ଘଟଣାଟି ହେଉଛି ଏହିପରି। ଅମରୋହା ଜିଲା ଅନ୍ତର୍ଗତ ବାବନଖେଡ଼ି ଗାଁର ଶିକ୍ଷକ ଶୌକତ ଅଲୀଙ୍କ ଏକମାତ୍ର ଝିଅ ହେଉଛନ୍ତି ଶବନମ। ଶବନମ ସୁଫି ପରିବାରର। ସେ ଇଂଲିଶ ଏବଂ ଭୂଗୋଳରେ ଏମ.ଏ. କରିଥିଲେ। ତାଙ୍କ ପରିବାରର ଅଚଳାଚଳ ସମ୍ପତ୍ତି ଥିଲା। କିନ୍ତୁ ସେ ଜଣେ ୫ମ ଶ୍ରେଣୀ ଫେଲ୍‌ ଯୁବକ ସଲିମକୁ ଭଲପାଇ ବସିଥିଲେ। ସଲିମ ଜଣେ ଶ୍ରମିକ ଥିଲା। କିନ୍ତୁ ସେମାନଙ୍କ ସମ୍ପର୍କକୁ ଶବନମଙ୍କ ପରିବାର ଲୋକେ ବିରୋଧ କରିଥିଲେ।

ଏହି କାରଣରୁ ଶବନମ୍‌ ନିଜ ପ୍ରେମିକ ସଲିମ ସହିତ ମିଶି ତା’ଙ୍କ ମା’ବାପା, ୧୦ ମାସର ଭଣଜା ସମେତ ପରିବାରର  ୭ ଜଣଙ୍କୁ ହତ୍ୟା କରିଥିଲେ। ୨୦୦୮ ଏପ୍ରିଲ ୧୪ର ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଶବନମ ପ୍ରଥମେ ଖାଦ୍ୟରେ ନିଶା ଦେଇ ପରିବାର ଲୋକଙ୍କୁ ବେହୋସ କରିଦେଇଥିଲେ। ଏହା ପରେ ପ୍ରେମିକ ସହ ମିଶି କୁରାଢ଼ିରେ ସମସ୍ତଙ୍କୁ ହାଣି ହତ୍ୟା କରିଥିଲେ।

ହତ୍ୟା କରିବା ପରେ ଶବନମ ଚିତ୍କାର କରିଥିଲେ, ଯାହାଫଳରେ ପାଖପଡ଼ୋଶୀ ଲୋକ ପହଞ୍ଚିଥିଲେ। ଖବର ପାଇ ପୁଲିସ ବି ପହଞ୍ଚିଥିଲା। ୭ ଜଣଙ୍କ ରକ୍ତ ଜୁଡ଼ୁବୁଡୁ ମୃତଦେହ ଦେଖି ଯେକେହି ଚକ୍କିତ ହୋଇଯାଇଥିଲେ। ଲୁଟେରାମାନେ ଘରେ ପଶି ସମସ୍ତଙ୍କୁ ହତ୍ୟା କରି​‌ ଫେରାର ହୋଇଯାଇଥିବା ଶବନମ ପୁଲିସକୁ କହିଥିଲେ। ସେ ବାଥରୁମରେ ଥିବାରୁ ବର୍ତ୍ତି ଯାଇଥିବା କହିଥିଲେ।

ଶେଷରେ ପୁଲିସ ତଦନ୍ତରୁ ଶବନମ ଏବଂ ସଲିମ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଥିଲା। ତଳ କୋର୍ଟରେ ଉଭୟଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ବି ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ। ରାଷ୍ଟ୍ରପତି ମଧ୍ୟ ସର୍ବକ୍ଷମା ଅବେଦେନକୁ ଅଗ୍ରାହ୍ୟ କରିଦେଇଥିବାରୁ ଏବେ ସେମାନଙ୍କୁ ଫାଶୀ ଦିଆଯିବା ନିଶ୍ଚିତ ହୋଇଛି। ଫାଶୀ ଦିଆଯିବା ଲାଗି ବିହାରର ବକ୍ସରରୁ ରଶି ବରାଦ କରାଯାଇଛି।

୧୫୦ ବର୍ଷ ତଳେ ତିଆରି ହୋଇଥିବା ରାଜ୍ୟର ଏକମାତ୍ର ଫାଶୀ ଘର

ମଥୁରା ଜିଲା କାରାଗାରରେ ପ୍ରାୟ ୧୫୦ ବର୍ଷ ତଳେ ଫାଶୀ ଘର ନିର୍ମାଣ କରାଯାଇଥିଲା। କିନ୍ତୁ ସ୍ବାଧୀନତା ପରଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇ ନାହିଁ। ଏହି ଫାଶୀ ଘର ଉତ୍ତରପ୍ରଦେଶର ଏକମାତ୍ର ମହିଳା ଫାଶୀ ଘର। ତେବେ ବର୍ତ୍ତମାନ ସୁଦ୍ଧା ଫାଶୀ ତାରିଖ ସ୍ଥିର ହୋଇନାହିଁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories