www.samajalive.in
Sunday, December 7, 2025
26.1 C
Bhubaneswar

କର୍ମଚାରୀଙ୍କୁ ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଦେବେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରୋକିବା ସାରା ବିଶ୍ଵ ପାଇଁ ଏକ ଆହ୍ବାନ। ବିଶ୍ଵବ୍ୟାପୀ ବିଭିନ୍ନ ରାଷ୍ଟ୍ରର ସରକାରମାନେ ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାର ଲକ୍ଷ୍ୟ। ଏଥିପାଇଁ ବିଭିନ୍ନ ଦେଶ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଛାଡ଼ି ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ନୀତି ନିର୍ଦ୍ଧାରଣ କରୁଛନ୍ତି। ଆମ ଦେଶରେ ଦିଲ୍ଲୀ ହେଉଛି ପ୍ରଥମ ପ୍ରଦେଶ ଯେଉଁଠି ସରକାର ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ନୀତି ପ୍ରସ୍ତୁତ କରିଛନ୍ତି। ଇ-ଯାନ କ୍ରୟ ଉପରେ ଗ୍ରାହକଙ୍କୁ ସବ୍‌ସିଡୀ ଦିଆଯାଉଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ସରକାର ଏ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି।

ରାଜ୍ୟରେ ଇ-ଯାନ ଚଳାଚଳକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆନ୍ଧ୍ର ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ସହାୟତାରେ ଇଏମଆଇ ଆଧାରରେ ନିଜ କର୍ମଚାରୀମାନଙ୍କୁ ଦୁଇ ଚକିଆ ଇ-ଯାନ ପ୍ରଦାନ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି। କେବଳ ରାଜ୍ୟ ସରକାରଙ୍କ କର୍ମଚାରୀ ନୁହନ୍ତି, ସରକାରଙ୍କ ବିଭିନ୍ନ ସହକାରୀ କମିଟି, ପେନସନଭୋଗୀମାନେ ବି ଏହି ଯୋଜନାରୁ ଲାଭ ଉଠାଇ ପାରିବେ।

- Advertisement -

ଏହି ଇ-ଯାନ ଗୋଟିଏ ଥର ଚାର୍ଜ କରିବା ଦ୍ବାରା ୪୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏହାବ୍ୟତୀତ ଏହି ଯାନ ଉପରେ ୩ ବର୍ଷ ପର୍ଯ୍ୟନ୍ତ ମେଣ୍ଟେନାନ୍ସ ମାଗଣା ରହିବ। ଗାଡ଼ି କିଣିବାର ୨୪ରୁ ୬୦ ମାସ ମଧ୍ୟରେ କର୍ମଚାରୀମାନେ ଇଏମଆଇ ଜରିଆରେ ମୂଲ୍ୟ ଶୁଝିପାରିବେ।

ଆନ୍ଧ୍ରପ୍ରଦେଶର ରାଜ୍ୟ ଶକ୍ତି ସଚିବ ଶ୍ରୀକାନ୍ତ ନାଗୁଲପଲ୍ଲୀଙ୍କ ସୂଚନା ଅନୁସାରେ, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିକାଶ ନିଗମ ଆନ୍ଧ୍ରପ୍ରଦେଶ (ଏନଆରଇଡିସିଏପି)କୁ ଇଏମଆଇ ଯୋଜନା ପରିଚାଳନା କରିବାର ଅଧିକାର ଦିଆଯିବ। ଏହି ଯୋଜନାକୁ ସଫଳ କରିବା ଲାଗି ରାଜ୍ୟ ସରକାର ବିଶେଷ କରି ଗ୍ରାମାଞ୍ଚଳ ଉପରେ ଅଧିକ ଦୃଷ୍ଟି ଦେବେ, ଯାହାଫଳରେ କମ ବେତନଭୋଗୀ କର୍ମଚାରୀମାନେ ଏହାର ଲାଭ ଉଠାଇପାରିବେ। ସରକାର ଖୁବଶୀଘ୍ର ଏହି ଯୋଜନାକୁ ନେଇ ଏକ ସରକାରୀ ବିଜ୍ଞପ୍ତି ଜାରି କରିବେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories