www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟରେ ଅଗଷ୍ଟ ମାସରୁ ଦିନକୁ ହେବ ୨୦ ହଜାର ଟେଷ୍ଟ : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ଟେଷ୍ଟ ହେଉଥିବା ବେଳେ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଣ୍ଟିଜେନ ଟେଷ୍ଟ ହେବ । ଏ ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ୍)ର ନିର୍ଦେଶକ ଡା.ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ସରକାର  ଚାହିଁଲେ ବେସରକାରୀସ୍ତରରେ ବି ଏହି ପରୀକ୍ଷା କରାଇପାରିବେ ବୋଲି ବି ସେ କହିଛନ୍ତି। ବେସରକାରୀ ଲାବୋରାଟୋରିରେ ପରୀକ୍ଷଣ କରିପାରିବେ।

ରାଜ୍ୟରେ ବର୍ତ୍ତମାନ ଆଣ୍ଟିଜେନ କିଟ୍‌ର ଅଭାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଏବେ ବହୁତ କମ୍ପାନୀ କିଟ୍ ତିଆରି କରୁଛନ୍ତି ତେଣୁ ଆଗକୁ କିଟର ଦାମ ୪୫୦ ଟଙ୍କାରୁ କମ୍ ହେବା ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟର ପ୍ରତି ଜିଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ ଉପଲବ୍ଧ ରହିଛି  । ଯଦି ଆବଶ୍ୟକ ପଡେ ତେବେ ଆହୁରୀ ମଧ୍ୟ ଯୋଗାଇ ଦିଆଯିବ । ଏନେଇ ସିଏସଙ୍କ ସହ ବୈଠକ ପରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ ଟେଷ୍ଟ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି । ଆଜିର ବୈଠକରେ ଜିଲ୍ଲାପାଳ ଏବଂ ବିଭିନ୍ନ ନମୁନା ପରୀକ୍ଷଣ ସଂସ୍ଥାର ମୁଖ୍ୟ ଉପସ୍ଥିତ ଥିଲେ । ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି । ଏଭଳି ଟ୍ରେଣ୍ଡ ଜାରି ରହିଲେ ଅଗଷ୍ଟରେ ସଂକ୍ରମଣ ସଂଖ୍ୟା କମିବ । ତେବେ ରାଜ୍ୟରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories