ରେଢ଼ାଖୋଲ: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ଅନ୍ତର୍ଗତ ବଡ଼କୁଡା ଗ୍ରାମର ବିପିନ ବେହେରା(୫୦) ଙ୍କୁ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ଏକ ଦନ୍ତାହାତୀ ଆକ୍ରମଣ କରି ମାରିଦେଇଛି । ଆଜି ପୂର୍ବାହ୍ନରେ ବିପିନ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଏହି ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ପ୍ରାଣ ବିକଳରେ ସେ ଦୌଡ଼ି ପଳାଇବା ଉଦ୍ୟମ କରୁଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରି କଚାଡ଼ି ମାରିଦେଇଥିଲା। ଅପରପକ୍ଷେ କ୍ଷତିପୂରଣ ଓ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ଦାବିରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୃତଦେହ ରଖି ଆନ୍ଦୋଳନ କରିଥିଲେ ।
ବିପିନଙ୍କୁ ହାତୀ ଆକ୍ରମଣ କରିଥିବା ସଂପର୍କରେ ସେଠାରୁ ପ୍ରାଣ ପ୍ରାଣ ବିକଳରେ ଦୌଡ଼ି ପଳାଇ ଆସିଥିବା ଗ୍ରାମର ଅନ୍ୟ ବ୍ୟକ୍ତିମାନେ ଗାଁ ଲୋକ ତଥା ବନବିଭାଗକୁ ଜଣାଇଥିଲେ । ସମସ୍ତେ ଏକତ୍ରିତ ହୋଇ ଘଟଣାସ୍ଥଳକୁ ଯାଇ ବିପିନ ମରି ପଡ଼ିଥିବାଦେଖ୍ ନରହନ୍ତା ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ।
ବେଣୁଧର ବେହେରାଙ୍କ ସମେତ ବନ ବିଭାଗ କର୍ମଚାରୀ ପହଞ୍ଚି ବିପିନଙ୍କ ମୃତଦେହ କରିଥିଲେ। କିନ୍ତୁ ଗ୍ରାମବାସୀ ଉଦ୍ଧାର ଓମୃତ ବିପିନଙ୍କ ପରିବାର ଲୋକେ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ଓ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ଦାବିକରି ମୃତଦେହ ରଖ୍ ଆନ୍ଦୋଳନ କରିଥିଲେ । ରେଢ଼ାଖୋଲ ବ୍ଲକ ଅଧ୍ଯକ୍ଷ ପ୍ରଦୀପ ପ୍ରଧାନ, ଜିଲାପରିଷଦ ନିଷଦ ସଭ୍ୟ ଶରତ କୁମାର ପ୍ରଧାନ, ବଡ଼ ବଡ଼ବାହାଲ ରେଞ୍ଜ ଅଧିକାରୀ ପ୍ରଜ୍ଞା ପରମିତା ଦୀପ, ରେଢ଼ାଖୋଲ ପୁଲିସ ସେଠାରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରି ମୃତଦେହ ଛାଡ଼ିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲା । ମୃତ ବିପିନଙ୍କ ସ୍ତ୍ରୀ ଓ ୪ ପୁଅ ଥିବାବେଳେ ବନ ବିଭାଗ ପକ୍ଷରୁ ତୁରନ୍ତ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ କାଗଜପତ୍ର ଦାଖଲ ପରେ ସରକାରୀ ସହାୟତା ରାଶି ଦିଆଯିବ ପିବ ବୋଲି କୁହାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ନର ରହନ୍ତା ଦନ୍ତାଟି ବିପିନଙ୍କୁ ମାରିବା ପରେ କିଛିସମୟ ପାଇଁ ସେ ଘଟଣାସ୍ଥଳରେ ଜୋର୍ରେ ଗର୍ଜନ କରିଥିଲା। ଏଥିରେ ବଡ଼କୁଡ଼ା ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଏପରିକି ଦନ୍ତାର ଗର୍ଜନ ଶୁଣି ହାତୀବାହାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ପ୍ରଧାନ ପ୍ରାଣ ବିକଳରେ ଦୌଡ଼ି ପଳାଉଥିବେଳେ ଏକ ଖାଲରେ ପଡ଼ି ଆହତ ହୋଇଛନ୍ତି।



