www.samajalive.in
Monday, December 8, 2025
16.1 C
Bhubaneswar

‘ପୁରୁଣା ଆଇନରେ ଦେଶ ବଦଳିବନି’ : ମୋଦୀ

ନୂଆଦିଲ୍ଲୀ : ଶହେ ବର୍ଷର କେତେକ ପୁରୁଣା ଆଇନ ଏବେ ଦେଶ ପାଇଁ ବୋଝ ପାଲଟିଯାଇଛି। ଆଉ ଦେଶର ବିକାଶ ପାଇଁ ଏହି ସବୁ ଆଇନର ପରିବର୍ତ୍ତନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସୋମବାର ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁରୁଣା ଆଇନକୁ ନେଇ ନୂଆ ଭାରତ ଗଠନ କରାଯାଇପାରିବ ନାହିଁ। ବିକାଶ ପାଇଁ ସଂସ୍କାର ଜରୁରୀ ଆବଶ୍ୟକ। ନୂଆ ଆଇନ ଦ୍ବାରା ନୂଆ ସୁଯୋଗ ମିଳିପାରିବ। ଆଗାମୀ ଶହେ ବର୍ଷର ଭାରତ ଗଠନ କରିବାକୁ ହେଲେ ଏହି ପୁରୁଣା ଆଇନକୁ ପରିବର୍ତ୍ତନ କରିବାକୁ ପଡିବ।

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ତିନି କୃ​‌ଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି। ସେ କହିଛନ୍ତି ଯେ ସଂସ୍କାର ଏକ ଧାରାବାହିକ ପ୍ରକ୍ରିୟା। ବିଗତ ଶହେ ବର୍ଷ ମଧ୍ୟରେ ଯେଉଁ କିଛି ଆଇନ ଭଲ ବିବେଚିତ ହେଉଥିଲା ଏବେ ତାହା ବୋଝ ପାଲଟିଯାଇଛି। ତାଙ୍କ ସରକାର ସାମଗ୍ରୀକ ବିକାଶକୁ ଦୃଷ୍ଟିରେ ରଖି ସଂସ୍କାର ପ୍ରକ୍ରିୟା ଚଳାଇଛନ୍ତି। ପୂର୍ବରୁ ଯେଉଁ ସବୁ ସଂସ୍କାର ହେଉଥିଲା ତାହା ଧୀରେ ଧୀରେ ​‌ଓ କେତେକ ବିଭାଗ ବା କ୍ଷେତ୍ରକୁ ଲକ୍ଷ୍ୟରେ ରଖି କରାଯାଉଥିଲା। ନିକଟ ଅତୀତରେ ଯେଉଁ ସବୁ ସଂସ୍କାର କରାଯାଇଛି ତାହା ଦେଶର ଆତ୍ମବିଶ୍ବାସ ବୃଦ୍ଧି କରିଛି। ସରକାରଙ୍କ ସଂସ୍କାରର ପ୍ରତିଫଳନ ନିକଟରେ ଶେଷ ହୋଇଥିବା କେତେକ ନିର୍ବାଚନରେ ପ୍ରତିଫଳିତ ହୋଇଛି। ଗରିବ ଓ ମଧ୍ୟବିତ୍ତମାନେ ସରକାରଙ୍କ ସଂସ୍କାରକୁ ସମର୍ଥନ ପୂର୍ବକ ବାଲାଟ୍‌ରେ ପ୍ରତିକ୍ରିୟା ଦେଇଛନ୍ତି। ଗରିବ ଓ ମଧ୍ୟବିତ୍ତଙ୍କ ଏହି ସମର୍ଥନ ଆଉ କିଛି ନୂଆ ସଂସ୍କାର ଓ ପଦକ୍ଷେପ ନେବାକୁ ତାଙ୍କୁ ସାହସ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ସରକାରଙ୍କ ଦ୍ବାରା ପ୍ରଣୀତ ନୂଆ କୃଷି ଆଇନ ଦ୍ବାରା କୃଷକ ଓ ଶ୍ରମିକମାନେ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଙ୍କୁ ତ୍ବରିତ ସମାଧାନ ଲାଗି ସରକାର ପଦକ୍ଷେପ ନେଉଛନ୍ତି।

- Advertisement -

କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ମଙ୍ଗଳବାର ପାଇଁ ଭାରତ ବନ୍ଦ ଡାକରା ଦେଇଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ ଉପରେ ପ୍ରତ୍ୟକ୍ଷ ଭାବେ କିଛି କହି ନଥିବାବେଳେ ପରୋକ୍ଷରେ ଏପରି ଟିପ୍ପଣୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରୁଥିବା କୃଷକ ସଂଗଠନଗୁଡିକୁ ନିରାଶ କରିଛି। କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ଟ୍ରେଡ ୟୁନିୟନ ଓ ଅନ୍ୟାନ୍ୟ ସଂଗଠନ ସମର୍ଥନ କରିଛନ୍ତି। ଆନ୍ଦୋଳନକାରୀ କୃଷକ ସଂଗଠନ ସହିତ ସରକାର ୫ଥର କଥାବାର୍ତ୍ତା କରିସାରିଥିବାବେଳେ ଏଥିରୁ ସମାଧାନର ବାଟ ବାହାରିପାରି ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories