www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ମୁକାବିଲାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବ୍ରିଟିଶ ଯୋଦ୍ଧା

ଲଣ୍ଡନ: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଲଢିବା ପରେ ଏବେ ବିଶ୍ୱ ମହାମାରୀର ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି ଜଣେ ବର୍ଷିଆନ ଯୋଦ୍ଧା। ବ୍ରିଟିଶ ସେନାର ଏହି ପୂର୍ବତନ କ୍ୟାପଟେନ ଟମ୍‍ ମୁରେଙ୍କୁ ଏବେ ୯୯ ବର୍ଷ ବୟସ। ନିଜସ୍ୱ ଉଦ୍ୟମରେ ୨୯ ମିଲିୟନ ଡଲାର ଯୋଗାଡ କରିବା ପରେ ସେ ଏବେ ଏକ ନୂତନ ହସ୍ପିଟାଲ ଖୋଲିବାକୁ ଯୋଜନା କରିଛନ୍ତି ଯାହାକି କରୋନା ଭୂତାଣୁ ମୁକାବିଲା ପାଇଁ ବ୍ୟବହାର କରାଯିବ। ଆସନ୍ତା ସପ୍ତାହରେ ମୁରେ ଭିଡିଓ ଲିଙ୍କ ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ସେବାକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି। ମୁରେ ନିଜ ବଗିଚାରେ ଏକ ନିର୍ଦିଷ୍ଟ ବ୍ୟବଧାନ ଚାଲିଚାଲି ଗୋଟିଏ ଚ୍ୟାଲେଞ୍ଜ ପୂରଣ କରିବା ପରେ ଏହି ପାଣ୍ଠି ହାସଲ କରିଛନ୍ତି। ନିଜର କଚଟି ଭାଙ୍ଗିଯିବା ପରେ ସେ ଏକ ହୁଇଲ ଧରି ଚାଲିବା ଆରମ୍ଭ କରିଥିଲେ।

ନିଜର ୧୦୦ତମ ଜନ୍ମ ଦିନ ପୂର୍ବରୁ ନିଜ ବଗିଚା ଭିତରେ ୨୫ ମିଟର ଦୂରତାକୁ ଅତିକ୍ରମ କରିବାକୁ ସେ ସ୍ଥିର କରିଥିଲେ। ଏହାର ଭିଡିଓ ଦ୍ୱାରା ସେ ୧୦୦୦ ପାଉଣ୍ଡ ଅର୍ଥ ଏକଜୁଟ କରିବାକୁ ଲକ୍ଷ୍ୟ ରଖିଥିଲେ। ମାତ୍ର ଗଣମାଧ୍ୟମ ତାଙ୍କର ଏହି କାର୍ୟ୍ୟକ୍ରମକୁ ପ୍ରଚାର କରିବା ପରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକଙ୍କ ଦୃଷ୍ଟି ମୁରେଙ୍କ ବଗିଚାରେ ନିବଦ୍ଧ ରହିଥିଲା। ଫଳରେ ମୁରେ ୨୫ ମିଲିୟନ ଡଲାର ଠୁଳ କରିପାରିଥିଲେ। ତେବେ କରୋନା ଭୂତାଣୁ ସଂକ୍ରମଣ ଜନିତ କୋଭିଡ-୧୯ ପାଇଁ ଏଯାବତ କୌଣସି ଔଷଧ ପ୍ରସ୍ତୁତ କରାଯାଇ ପାରି ନ ଥିବା ବେଳେ କେବଳ ଲକ୍ଷଣଗୁଡିକର ଠିକ ଉପଚାର ଦ୍ୱାର ବହୁ ଲୋକ ରୋଗରୁ ନିଦାନ ପାଇବା ସମ୍ଭବ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ କୋଭିଡ-୧୯ ହସ୍ପିଟାଲ ଖୋଲିଛନ୍ତି। ଏହିକ୍ରମରେ ମୁରେ ନିଜର ଉକ୍ତ ପାଣ୍ଠିକୁ ବିନିଯୋଗ କରିବାକୁ ଆଗେଇ ଆସିଛନ୍ତି। ଏଭଳି ଏକ ହସ୍ପିଟାଲ ଖୋଲିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି ସେ ଦର୍ଶାଇଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories