www.samajalive.in
Tuesday, December 9, 2025
15.1 C
Bhubaneswar

ପୁଣି ଏକ କାଠ ବୋଝେଇ ଗାଡି ଜବତ, ଚାଳକ ଗିରଫ 

ଠାକୁରମୁଣ୍ଡା: କାଠ ବୋଝେଇ ପିକଅପ୍ ଭ୍ୟାନ ଗାଡ଼ି ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଚୋରାକାଠ ବୋଝେଇ ଗାଡ଼ି ସହ ଚାଳକକୁ ଗିରଫ କରିଛି ବନବିଭାଗ। ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଠାକୁରମୁଣ୍ଡା ପଞ୍ଚାୟତ ଗୁହାଲଡିହରୁ ବସନ୍ତପୁର ଗାଁ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟିକୁ ଅଟଳ କରିବା ସହିତ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରେ ଶାଳକାଠ ଯାଉଥିବା ଦେଖି ଗାଡ଼ି ଜବତ କରି ଅଧିକ ତଦନ୍ତ କରୁଛି ବନବିଭାଗ। ତେବେ ଜବତ କାଠର ଆନୁମାନିକ ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଗାଡ଼ିଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳକୁ ଯାଉଥିବା ଜଣାପଡିଛି। ତେବେ ଗତ ତିନିଦିନ ମଧ୍ୟରେ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ବନବିଭାଗ ବଡ଼ ସଫଳତା ପାଇଛି।

ଦେଖନ୍ତୁ ଭିଡିଓ; କୁକୁରକୁ କେମିତି ଝାମ୍ପି ନେଲା କୁମ୍ଭୀର

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories