www.samajalive.in
Tuesday, December 9, 2025
16.1 C
Bhubaneswar

ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ୍ ସହିଦ୍, ଜଣେ ଆହତ

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀର ପୁଲୱାମାରେ ପୁଲିସ ଉପରେ ଗୁରୁବାର ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡିଛି। ଏଥିରେ ଜାମ୍ମୁ କାଶ୍ମୀର ପୁଲିସର ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ। ପ୍ରଥମେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରେ ଜାମ୍ମୁ କାଶ୍ମୀର ପୁଲିସର ହେଡ କନଷ୍ଟେବଳ ଅନୁପ ସିଂଙ୍କ ସହିଦ୍ ହୋଇଛନ୍ତି ଏବଂ କନଷ୍ଟେବଳ ମହମ୍ମଦ ଇବ୍ରାହିମ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେପଟେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି।
ଏହାପୂର୍ବରୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଶ୍ରୀନଗର ଜିଲ୍ଲା ଉପକଣ୍ଠରେ ଥିବା ପାଣ୍ଡାଚ ଛକରେ ସୀମା ସୁରକ୍ଷା ବାହିନୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ସୈନିକ ସହିଦ୍ ହୋଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ।

କୁହାଯାଉଛି ଯେ, ବୁଧବାର ଦିନ ଶ୍ରୀନଗର ଜିଲ୍ଲା ମୁଖ୍ୟାଳୟଠାରୁ ୧୭ କିଲୋମିଟର ଦୂରରେ ଥିବା ପାଣ୍ଡା ଚକ୍ ଅଞ୍ଚଳରେ ବିଏସଏଫର ୩୭ ତମ ବାଟାଲିୟନର ଏକ ସୈନ୍ୟ ଦଳ ରହିଥିଲେ। ସନ୍ଧ୍ୟା ୫ଟା ବେଳେ ମୋଟରସାଇକେଲରେ ଆଶି ତିନିଜଣ ଆତଙ୍କବାଦୀ ସେଠାରେ ପହଞ୍ଚି ସୈନିକମାନଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏଥିରେ ଘଟଣାସ୍ଥଳରେ ଜଣେ ଯବାନ୍ ସହିଦ୍ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ଦେହାନ୍ତ ହୋଇଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories