ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌ରେ ଗୁରୁଦିବସ

ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ କଟକ ଠାରେ ଅତ୍ୟନ୍ତ ଉତ୍ସାହର ସହ ଗୁରୁବନ୍ଦନା ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ୍‌‌ ଡଃ ଶଙ୍କର୍ଷଣ ମିଶ୍ର, ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଂପାଦକ ଡଃ ଅନୁସ୍ମିତା ସ୍ୱାଇଁ, ଏକାଡ଼େମିକ୍‌‌ ଅଫିସର ଡଃ ସୁଶାନ୍ତ କୁମାର ମହାପାତ୍ର, ପ୍ରାକ୍ତନ କ୍ରୀଡ଼ା ଶିକ୍ଷୟିତ୍ରୀ ସରସ୍ୱତୀ ମହାନ୍ତି, ପ୍ରାକ୍ତନ ଶିକ୍ଷକ ଦର୍ପଗଞ୍ଜନ ସାହୁ ଓ ଭାଗିରଥି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଶ୍ରୀଜଗନ୍ନାଥ ଓ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌‌ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନବମ ଶ୍ରେଣୀ ଛାତ୍ରୀ ଆକାଂକ୍ଷା ପାତ୍ର ଅତିଥି ପରିଚୟ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଦଶମ ଛାତ୍ରୀ ଶୁଭଶ୍ରୀ ଶତପଥୀ ଓ ସ୍ୱାତିଶ୍ରୀ ପାଣିଗ୍ରାହୀ ଆଙ୍କରିଂ କରିଥିଲେ। ଶିକ୍ଷୟିତ୍ରୀ ପ୍ରମିଳା ଜେନା, ଅମ୍ବିକା ପୃଷ୍ଟି, ପୁଷ୍ପିତା ନାୟକ ଓ ପ୍ରଭାସିନୀ ଦତ୍ତ ପ୍ରମୁଖ ମଞ୍ଚ ତଥା ନୃତ୍ୟ ସଙ୍ଗୀତ ପରିଚାଳନା କରିଥିଲେ।

ଛାତ୍ରଛାତ୍ରୀମାନେ ପାରମ୍ପରିକ ରୀତିରେ ବନ୍ଦାପନା କରି ଗୁରୁପୂଜନ କରିଥିଲେ। ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ଆଶାଲତା ବେହେରା ରାଧାକ୍ରିଷ୍ଣନ୍‌‌ଙ୍କ ଜୀବନଦର୍ଶନ ତଥା ଗୁରୁ ଶିଷ୍ୟ ମହାନ୍‌‌ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଶିକ୍ଷକମାନେ ମଣିଷଗଢ଼ା କାରଖାନାର ବିନ୍ଧାଣୀ ଓ ପରିପୁଷ୍ଟ ସମାଜ ଗଠନରେ ସେମାନଙ୍କ ଭୂମିକା ଅତୁଳନୀୟ ବୋଲି ଅତିଥିଗଣ ମତ ଦେଇଥିବା ବେଳେ ମଥା ଉପରେ ଗୁରୁଙ୍କ ହାତ କୋଟି ଇଶ୍ୱରଙ୍କ ଆଶିଷ ସହ ସମାନ ବୋଲି ପ୍ରଧାନଶିକ୍ଷକ କହିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ସୌଭାଗ୍ୟମଞ୍ଜରୀ ମହାପାତ୍ର, ରାଜକିଶୋର ଚୌଧୁରୀ, ମଦନମୋହନ ବେହେରା, ସସ୍ମିତା ବେହେରା, ସୌଭାଗ୍ୟବତୀ ନାୟକ, ଚୈତନ୍ୟ କୁମାର ନାୟକ, ବୀଣାପାଣି ସାହୁ, ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ସୁଦେଷ୍ଣା ଭୂୟାଁ, ସାଗରୀକା ମହାନ୍ତି ଓ ଅତିଥି ଶିକ୍ଷକ ଜୟନ୍ତୀ ମାଝୀ, ଅଞ୍ଜନା ବୋଷ, ଶିବାନୀ ସାହୁ, ପ୍ରସନ୍ନ କୁମାର ନନ୍ଦ ଓ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଅଫିସ କର୍ମଚାରୀ ରବୀନ୍ଦ୍ର ବେହେରା, ଅମର ପ୍ରସାଦ ମହାନ୍ତି, ଗଣେଶ ଚନ୍ଦ୍ର ନାୟକ, ସିପ୍ରାରାଣୀ ମହାନ୍ତି, ଧନେଶ୍ୱର ନାୟକ ଓ ମମତା ମହାରଣା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଦଶମ ଛାତ୍ର ସ୍ୱୟଂଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.