ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ଲୋୟର ପିଏମ୍ଜିରେ ଓଡିଶା ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନର ତୃତୀୟ ଦିନରେ ମହାସଂଘକୁ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା) ପକ୍ଷରୁ ସମର୍ଥନ ଜଣାଯାଇଛି। ୪୨୦୦ ଗ୍ରେଡ଼ ପେ, ୬ ବର୍ଷରେ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଉଛି। ସରକାର ଦାବି ନ ଶୁଣିବା ପର୍ଯ୍ୟନ୍ତ ସ୍କୁଲ ଫେରିବେନି ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲାରୁ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଶୀତକାକରରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି।
Popular Categories



