ଆୟକର ରାଜସ୍ୱରେ ବୃଦ୍ଧି
ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଆୟକର ରାଜସ୍ୱ ପରିମାଣ ବୃଦ୍ଧି ପାଇଥିବା ବଜେଟ୍ରେ ଉଲ୍ଲେଖ କରାଯାଇଛି। ୨୦୧୩-୧୪ରେ ଆୟକର ରାଜସ୍ୱ ୬.୩୮ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୧୭-୧୮ ସୁଦ୍ଧା ତାହା ୧୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଆୟକର ଦାତାଙ୍କ ସଂଖ୍ୟା ମଧ୍ୟ ଏହି ସମୟ ଭିତରେ ୩.୭୯ କୋଟିରୁ ୬.୮୫ କୋଟିକୁ ବୃଦ୍ଧି ପାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ପ୍ରକ୍ରିୟାର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହେବ ଓ ୨୪ ଘଣ୍ଟା କାମ କରିବ। ୨୦୧୯ ଜାନୁଆରୀରେ ଜିଏସ୍ଟି ରାଜସ୍ୱ ୧ ଲକ୍ଷ କୋଟି ଟଙ୍କା ଟପିଛି। ଇତିମଧ୍ୟରେ ଜିଏସ୍ଟି ସ୍ଲାବ୍ରେ ଲଗାତାର ହ୍ରାସ କରାଯାଇ ଗରିବ ଉପଭୋକ୍ତାଙ୍କ ପାଇଁ ୮୦ ହଜାର କୋଟି ଟଙ୍କାର କର ଛାଡ଼ କରାଯାଇଛି। ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ସବୁ ୦ ରୁ ୫% ସ୍ଲାବ୍ରେ ରହିଛି।