www.samajalive.in
Sunday, December 7, 2025
14.1 C
Bhubaneswar

ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶର ୬ଷ୍ଠ ସଂସ୍କରଣ ସ୍ଥଗିତ

ଭୁବନେଶ୍ୱର: କୋଭିଡର ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶକୁ ସ୍ଥଗିତ ରଖାଯାଇଛି । ଏହି ଉତ୍ସବ ୨୦୨୨ ଜାନୁଆରୀ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବାର ଥିଲା । ପରିସ୍ଥିତି ସ୍ଥିର ଅବସ୍ଥାକୁ ଆସିବା ପରେ ୨୦୨୨ ବର୍ଷର ମଧ୍ୟଭାଗ ଆଡକୁ ଏହି ଉତ୍ସବ ଆୟୋଜନ କରାଯିବ ।

ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶ ତାହାର ପ୍ରତିଟି ସଂସ୍କରଣ ସହିତ ପରିବର୍ଦ୍ଧିତ ହୋଇଚାଲିଛି ଏବଂ ସହରର ସାଂସ୍କୃତିକ କାର୍ଯ୍ୟସୂଚୀରେ ଏକ ମୁଖ୍ୟ ସ୍ଥାନ ନେଇଛି । ଚଳିତ ବର୍ଷର ଏହି ସମାବେଶ ସ୍ଥଗିତ ରହିବା ସମ୍ପର୍କରେ ମତଦେଇ ଟାଟା ଷ୍ଟିଲ କର୍ପୋରେଟ ସର୍ଭିସେସର ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧରୀ କହିଛନ୍ତି, ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶ ତାହାର ପୂର୍ବ ପାଞ୍ଚଟି ସଂସ୍କରଣ କାଳରେ ବିପୁଳ ସଫଳତା ହାସଲ କରିଛି ଏବଂ ଏହାର ଭବିଷ୍ୟତ ସଂସ୍କରଣଗୁଡିକ ମଧ୍ୟ ଏହାର କଳେବର ଏବଂ ଲୋକପ୍ର୍ରିୟତା ନେଇ ପୁନଃ ପରିବର୍ଦ୍ଧିତ ହେବ । ମହାମାରୀ ପରିପ୍ରେକ୍ଷୀରେ ତଥା ସାହିତ୍ୟାନୁରାଗୀ ଏବଂ ବୃହତ୍ତର ଭାବରେ ସଂସ୍କୃତିପ୍ରେୀଙ୍କର ନିରାପତ୍ତା ଏବଂ କଲ୍ୟାଣ ସୁନିଶ୍ଚିତ କରିବାକୁ ଆମେ ଚଳିତ ବର୍ଷର ସମାବେଶ ସ୍ଥଗିତ ରଖିବାକୁ ଏକ ସୁଚିନ୍ତିତ ନିର୍ଣ୍ଣୟ ନେଇଛୁ ।

- Advertisement -

ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶର ଡାଇରେକ୍ଟର ମାଳବିକା ବାନାର୍ଜୀ କହିଛନ୍ତି, ଗତ ପାଞ୍ଚବର୍ଷ ଧରି ଭୁବନେଶ୍ୱରରେ ଏହି ଉତ୍ସବ ଆୟୋଜନ କରିବା ଏକ ଅତୁଳନୀୟ ଅନୁଭୂତିସଂପନ୍ନ ହୋଇଛି । ସବୁଠାରୁ ବଡ କଥା ହେଉଛି, ସମାବେଶ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ତାହା ଭୁବନେଶ୍ୱର ଅଧିବାସୀଙ୍କର ଆଗ୍ରହ ଏବଂ ଜ୍ଞାନ ଯୋଗୁଁ ସମ୍ଭବ ହୋଇଛି । ସାଂପ୍ରତିକ ପରିସ୍ଥିତି ସେଭଳି ସଂଗୀନ ହୋଇନଥିଲେ ମଧ୍ୟ ଆମେ କେତେକ କଟକଣାକୁ ବଜାୟ ରଖିବା ଆବଶ୍ୟକ ହୋଇପଡିଛି ଏବଂ ଏଭଳି ପରିସ୍ଥିତିରେ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଏକ ସମାବେଶ ଆୟୋଜନ କରିବା ବିଜ୍ଞତାର କାର୍ଯ୍ୟ ମନେହେଉନାହିଁ । ଏହି ସମାବେଶର ଏକ ପରିବର୍ଦ୍ଧିତ ପଂକ୍ତିବଦ୍ଧ ଏବଂ ଆଉ ଏକ ନିୟୋଜନକାରୀ ସଂସ୍କରଣ ସହିତ ଆମେ ଖୁବଶୀଘ୍ର ଫେରିବା ଆଶା ରଖୁଛୁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories