www.samajalive.in
Sunday, December 7, 2025
26.1 C
Bhubaneswar

ସିସି ଟିଭିରେ କଏଦ ହେଲା ତାନ୍ତ୍ରିକଙ୍କ କାରନାମା : ଜନୈକ ଅଧିକାରୀଙ୍କ ଘର ସମ୍ମୁଖରେ ୬ପୁୁଟୁଳି

ବଲାଙ୍ଗିର : ବଲାଙ୍ଗିର ପ୍ୟାଲେସ ଲାଇନରେ ରହୁଥିବା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଘର ସମ୍ମୁଖରେ ୬ଟି କଳା ପୁଟୁଳି ପଡିଥିବା ବେଶ ଆଲୋଚନାର ବିଷୟ ହୋଇଛି। ଏ ନେଇ ଟାଉନ ଥାନାକୁ ମାମଲା ଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ ଏ ସବୁ ଭିତରେ ସିସି ଟିଭି କ୍ୟାମେରାରେ କଏଦ ହୋଇଛି ଜଣେ ତାନ୍ତ୍ରିକଙ୍କ କଳା କାରନାମା। ବିଳମ୍ବିତ ରାତିରେ ତାନ୍ତ୍ରିକ ଏକ ଗେରୁଆ ରଙ୍ଗର ଗାମୁଛା ପିନ୍ଧିଥିବା ବେଳେ ମୁଣ୍ଡରେ ଘୋଡେଇ ହୋଇଛି। ଏପରିକି ମୁହଁରେ ମାକ୍ସ ପିନ୍ଧିଥିବା ସ୍ପଷ୍ଟ ଭାବେ ଦେଖାଯାଉଛି। ଜନୈକ ଅଧିକାରୀଙ୍କ ଘର ବାଟକୁ ଆସି କିଛି ସମୟ ଧରି ପୂଜାର୍ଚ୍ଚନା କରିବା ପରେ ୬ଟି କଳା ପୁଟୁଳି ପିଙ୍ଗି ଦେଇ ଚାଲି ଯାଉଛି।

- Advertisement -

ସେହି ଅଧିକାରୀଙ୍କ କହିବା ଅନୁସାରେ ଏହା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଆହୁରି ଦୁଇ ଥର ଏଭଳି କାଣ୍ଡ ଭିଆଇଥିଲା। ସେ ସମୟରେ ରକ୍ତର ଛିଟା ଦିଆଯାଇଥିଲା ବେଳେ ଚୁଡି,ସିନ୍ଦୁର, ଚାଉଳ ପକାଯାଇଥିଲା। ପୂର୍ବରୁ ଏହି ଘଟଣାକୁ ହାଲୁକା ଭାବେ ନେଇଥିଲୁ। କିନ୍ତୁ ଘରେ ୬ ଜଣ ଲୋକ ଆମେ ରହୁଛୁ। ଆଉ ମଙ୍ଗଳବାର ସକାଳୁ ୬ଟି କଳା ରଙ୍ଗର ପୁଟୁଳି ପକେଇବା ବେଶ ଚିନ୍ତାର ବିଷୟ ବୋଲି ସେ କହିଥିଲେ। ଏ ନେଇ ପୁଲିସ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ପରିବାର ଦାବି କରିଛନ୍ତି।
ଅନ୍ୟପକ୍ଷରେ ପୁନି, ଉଆାଁସ ତଥା ଅନ୍ୟ ଦିନ ମାନଙ୍କରେ କିଛି ଲୋକ ଏଭଳି କିଛି କାଣ୍ଡ କାରୁଛନ୍ତି। ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ବିଜ୍ଞାନ ଯୁଗରେ କିଛି ଅସାଧୁ ଲୋକେ ଏପରିକି କାର୍ଯ୍ୟ ଲୋକଙ୍କୁ ଭୟଭୀତ କରିବା ପାଇଁ କରୁଛନ୍ତି। ତେଣୁ ରାତି ସମୟରେ ଜିଲା ପୁଲିସ ଏସପି ପ୍ୟାଲେସ ଲାଇନ ତଥା ସହରର ଅନ୍ୟ ଅଞ୍ଚଳରେ ଆହୁରି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଲୋକେ ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories