www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ସହିତ କୂଟନୈତିକ ସମ୍ପର୍କ ରକ୍ଷା ଚାହେଁ ତାଲିବାନ

କାବୁଲ/ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭାରତୀୟ ଦୂତାବାସ ବନ୍ଦ ଖୋଲା ରହିବା ତାଲିବାନମାନେ ଚାହାନ୍ତି। ଏଥିପାଇଁ ସେମାନେ ଭାରତକୁ ପ୍ରସ୍ତାବ ଦେଇଥିବା ଏବଂ ଦୂତାବାସ କର୍ମଚାରୀଙ୍କୁ ସେମାନେ ଆବଶ୍ୟକ ସୁରକ୍ଷା ଯୋଗାଇଦେକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ବରିଷ୍ଠ ତାଲିବାନ ନେତା ଶେର୍‌ ମହମ୍ମଦ ଆବାସ୍‌ ଷ୍ଟାନେକଜାଇ ଏ ନେଇ ଅଣଆନୁଷ୍ଠାନିକ ଭାବେ ଭାରତକୁ ଅବଗତ କରିବା ସହ କୂଟନୈତିକ ସମ୍ପର୍କ ଜାରି ରଖିବାକୁ କହିଥିବା ଗୁଇନ୍ଦା ସୂତ୍ରରୁ ପ୍ରକାଶ। ଭାରତ ସରକାର ଆଫଗାନିସ୍ତାନରୁ ନିଜର ସମସ୍ତ ନାଗରିକ ଓ ଦୂତାବାସ କର୍ମଚାରୀଙ୍କୁ ଫେରାଇ ଆଣୁଥିବାବେଳେ ତାଲିବାନର ଏଭଳି ମନୋଭାବ ଆଶା ସଞ୍ଚାର କରିଛି। ଗତ ସପ୍ତାହରେ ଦୋହାରେ ଚାଲିଥିବା ଆଲୋଚନା ସମୟରେ ମଧ୍ୟ ତାଲିବାନ ନେତାମାନେ ଭାରତୀୟ ପ୍ରତିନିଧିଙ୍କୁ ଏହି ମର୍ମରେ ନିବେଦନ କରିଥିଲେ। ତାଲିବାନ ଶାସନକୁ ନେଇ ଭାରତ କୌଣସିମତେ ଆତଙ୍କିତ ହେବାର ନାହିଁ ବୋଲି ଆବାସ୍‌ ଭରସା ଦେଇଥିଲେ। ଏମିତି କି ଲସ୍କର କିମ୍ବା ଜୈସ୍‌ ପକ୍ଷରୁ ମଧ୍ୟ ଭୟ ନ ଥିବା ସେ କହିଥିଲେ। ଗୁରୁବାର ତାଲିବାନ ମୁଖପାତ୍ର ଏମ୍‌. ନଇମ୍‌ ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଗୁରୁଦ୍ବାର ଓ ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥିବା ଭାରତୀୟଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ। ସେମାନଙ୍କ ପ୍ରତି ବିପଦ ନାହିଁ। ଏହା ସତ୍ତ୍ବେ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories