www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରବାସୀ ଶ୍ରମିକ ଓ ଅଟକି ରହିଥିବା ଲୋକଙ୍କ ଆଶ୍ରୟ ଓ ଖାଦ୍ୟ ସୁନିଶ୍ଚିତ କର : ରାଜୀବ ଗୌବା

ନୂଆଦିଲ୍ଲୀ :  କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌବା ସମସ୍ତ ପ୍ରବାସୀ ଶ୍ରମିକ ଓ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା,ଆଶ୍ରୟ ଓ ଖାଦ୍ୟ ସୁନିଶ୍ଚିତ କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ
କହିଛନ୍ତି। ଶ୍ରୀ ଗୌବା ଜିଲ୍ଲାପାଳମାନଙ୍କ ଦ୍ୱାରା ପରିସ୍ଥିତିର ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ
ଶାସନ ସଚିବମାନଙ୍କୁ କହିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ତଦାରଖ ଏବଂ ସମନ୍ୱୟ ରଖ୍ୟା ସକାଶେ ଜିଲ୍ଲାପାଳମାନେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତିଟି
ଶିବିର ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱାଧୀନ ରହିବ ବୋଲି ଶ୍ରୀ ଗୌବା ନିର୍ଦ୍ଦେଶ ଦେଇଛନ୍ତି। ମହାନଗର ନିଗମଗୁଡ଼ିକରେ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ମୁନିସିପାଲ କମିଶନର
ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ଶ୍ରମିକମାନଙ୍କୁ ମନସ୍ତାତ୍ତ୍ୱିକ ସାମାଜିକ ଉପଦେଶ ପ୍ରଦାନ ପାଇଁ ମଧ୍ୟ ଶ୍ରୀ ଗୌବା କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories