ପର୍ଥ : ଚଳିତବର୍ଷର ବିଶ୍ବ ମିଶ୍ରିତ ଦଳଗତ ଟେନିସ ଟୁର୍ଣ୍ଣାମେଣ୍ଟରେ ସ୍ବିଜରଲାଣ୍ଡ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ଏଠାରେ ଖେଳାଯାଇଥିବା ଫାଇନାଲରେ ସ୍ବିଜରଲାଣ୍ଡ ୨-୧ ମ୍ୟାଚରେ ଜର୍ମାନୀକୁ ପରାସ୍ତ କରିଛି। ଏଥରକୁ ମିଶାଇ ସ୍ବିଜରଲାଣ୍ଡ କ୍ରମାଗତ ଦ୍ବିତୀୟ ଥର ଓ ମୋଟ ଉପରେ ଚତୁର୍ଥ ଥର ପାଇଁ ଏହି ଟାଇଟଲ ଜିତିବାରେ ସଫଳ ହୋଇଛି। ପ୍ରଥମେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ଜର୍ମାନୀର ଆଲେକ୍ଜାଣ୍ଡାର ଜେରେଭ୍ଙ୍କୁ ୬-୪, ୬-୨ ସେଟ୍ରେ ପରାସ୍ତ କରି ରୋଜର ଫେଡେରର ସ୍ବିଜରଲାଣ୍ଡକୁ ୧-୦ରେ ଆଗୁଆ କରିଥିଲେ। ତେବେ ମହିଳା ସିଙ୍ଗଲ୍ସରେ ଜର୍ମାନୀ ପକ୍ଷରୁ ବିଶ୍ବର ୨ ନମ୍ବର ଖେଳାଳ ି ଆଞ୍ଜେଲିକ୍ କର୍ବର ୬-୪, ୭-୬ ସେଟ୍ରେ ବେଲିଣ୍ଡା ବେନ୍ସିକ୍ଙ୍କୁ ପରାସ୍ତ କରି ମୁକାବିଲାକୁ ସମାନ ସ୍ତରକୁ (୧-୧) ଆଣିଥିଲେ। ନିର୍ଣ୍ଣାୟକ ମିକ୍ସଡ ଡବଲ୍ସ ମୁକାବିଲାରେ ସ୍ବିଜରଲାଣ୍ଡ ଯୋଡି ଫେଡେରର ଓ ବେନ୍ସିକ୍ ୪-୦, ୧-୪, ୪-୩ ସେଟ୍ରେ ଜେରେଭ ଓ କର୍ବରଙ୍କୁ ପରାସ୍ତ କରି ଦଳକୁ ଚମ୍ପିଆନ କରାଇଥିଲେ।
Popular Categories



