www.samajalive.in
Wednesday, December 10, 2025
15.1 C
Bhubaneswar

ଏହି ବାଇକ୍ କମ୍ପାନୀ ଖୋଲିଲା ନୂଆ କାରଖାନା: ଖର୍ଚ୍ଚ ୧୨୦୦ କୋଟି, ୨ ହଜାର ଲୋକଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ : ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମଙ୍ଗଳବାର ହରିୟାଣାରେ ନିଜ ନୂଆ ଉତ୍ପାଦନ କାରଖାନାର ଶିଳାନ୍ୟାସ କରିଛି । ଏଥିରେ ପ୍ରାୟ ୧୨୦୦ କୋଟି ଟଙ୍କାର ପ୍ରାରମ୍ଭିକ ନିବେଶରେ ପ୍ରଥମ ପର୍ଯ୍ୟାୟରେ ୭.୫ ଲକ୍ଷ ୟୁନିଟ୍ସ ଉତ୍ପାଦନର ବାର୍ଷିକ କ୍ଷମତା ପ୍ରସ୍ତୁତ କରାଯିବ । ଏହି କାରଖାନାରେ ଉତ୍ପାଦନ ୨୦୨୭ରେ ଆରମ୍ଭ ହେବ । ଏଥିରେ ଭାରତର ଏସଏମଆଇପିଏଲର ଉତ୍ପାଦନ କ୍ଷମତା ବୃଦ୍ଧି ହେବ । ଏଥିରେ ପ୍ରାୟ ୨ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀ ସୂଚନା ଦେଇଛି ।

ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଫେବୃୟାରୀ ୨୦୦୬ରେ ଗୁରୁଗ୍ରାମର ଖେଡକୀ ଦୌଲାରେ ନିଜ ନିର୍ମାଣ କାରଖାନାରୁ ଭାରତରେ ନିଜ ପରିଚାଳନା ଆରମ୍ଭ କରିଥିଲା । କମ୍ପାନୀ ବର୍ତ୍ତମାନ ସ୍କୁଟର (୧୨୫ ସିସି) ଓ ପ୍ରିମିୟମ ମୋଟରସାଇକେଲ(୧୫୦ ସିସି ଓ ତଦୁର୍ଦ୍ଧ) ପ୍ରସ୍ତୁତ କରିଥାଏ । ଏହି ନୂଆ ଉତ୍ପାଦନ ସୁବିଧା ଫଳରେ କମ୍ପାନୀ ଭାରତୀୟ ବଜାରରେ ନିଜ ଉତ୍ପାଦନର ବର୍ଦ୍ଧିତ ଚାହିଦାକୁ ପୁରା କରିବାରେ ସକ୍ଷମ ହେବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories