www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ମୋଦୀ ସରକାରରେ ଟାଣୁଆ ନେତ୍ରୀ ଭାବେ ପରିଚିତ ସୁଷମା ସ୍ୱରାଜ ୨୦୧୯ ଲୋକସଭା ନିର୍ବାଚନରେ ଭାଗ ନେବେ ନାହିଁ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ୬୬ବୟସ୍କା ଏହି ନେତ୍ରୀ ନିଜ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।
ମୋଦୀ ସରକାରରେ ସୁଷମା ସ୍ୱରାଜଙ୍କୁ ଜଣେ ନିର୍ଭୀକ ଓ ସଚ୍ଚୋଟ ପ୍ରତିଭା ସମ୍ପନ୍ନ ନାରୀ ନେତ୍ରୀ ଭାବେ ଜଣାଶୁଣା। ବିଦେଶ ମନ୍ତ୍ରୀ ଭାବେ ସୁଷମା ନିର୍ବର୍ିକାର ଭାବେ ଭାରତର ପକ୍ଷ ରଖିବା ସହ ସୋସିଆଲ ମିଡିଆରେ ତାଙ୍କ ସକ୍ରିୟତା ବିରୋଧୀଙ୍କୁ ମଧ୍ୟ ବାକ୍‍ରୁଦ୍ଧ କରିଛି। ଭାରତକୁ ଭିନ୍ନ ଭାବେ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା କ୍ଷେତ୍ରରେ ସୁଷମାଙ୍କ ଅବଦାନ ଅତୁଳନୀୟ। ୨୦୦୯ରେ ସୁଷମାଙ୍କୁ ସଂସଦରେ ବିରୋଧୀ ଦଳର ନେତ୍ରୀ ଭାବେ ଚୟନ କରାଯାଇ ଥିଲା। ପୂର୍ବରୁ ମଧ୍ୟ ସେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ତୁଲାଇବା ସହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories