www.samajalive.in
Sunday, December 7, 2025
13.1 C
Bhubaneswar

ବଲିଉଡ ଗୁମର ଖୋଲୁଛି ସୁଶାନ୍ତଙ୍କ ଆତ୍ମହତ୍ୟା

ମୁମ୍ବଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ବହୁ ଅନ୍ତରମହଲ କଥାକୁ ନେଇ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ବଲିଉଡ୍‌ରେ ‘ପକ୍ଷପାତିତା’ ବା ପ୍ରିୟାପ୍ରୀତି ତୋଷଣ ଯୋଗୁଁ ବହୁ ଦକ୍ଷ କଳାକାର ସୁଯୋଗରୁ ବଞ୍ଚିତ ହେଉଥିବା ଏବଂ ରାଜପୁତ ଏହାର ଶିକାର ହୋଇଥିବା ଅଭିନେତ୍ରୀ କଙ୍ଗାନା ରଣାୱତ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ଏହାକୁ ଅଧିକ ଖୋଳିଛନ୍ତି ନିର୍ଦେଶକ ଅଭିନବ କଶ୍ୟପ। ଏହି କ୍ରମରେ ବଲିଉଡର କିଛି ପ୍ରଭାବଶାଳୀ ବ୍ୟକ୍ତିତ୍ବଙ୍କ ପ୍ରତି ଏବେ ବିଭିନ୍ନ ମହଲରୁ ଅଙ୍ଗୁଳି ନିର୍ଦେଶ ହୋଇଛି। ‘ଦବଙ୍ଗ’ ଚଳଚ୍ଚିତ୍ର ନିର୍ଦେଶକ ଅଭିନବ କଶ୍ୟପ ସାମାଜିକ ଗଣମାଧ୍ୟମରେ ନିଜ କ୍ଷୋଭ ବ୍ୟକ୍ତ କରିଛନ୍ତି। ଅଭିନେତା ସଲମାନ ଖାନ୍‌ ଏବଂ ପରିବାର ତାଙ୍କୁ ଭୟଭୀତ କରିବା ସହ ତାଙ୍କ ଚଳଚ୍ଚିତ୍ରଗୁଡିକୁ ମଧ୍ୟ କ୍ଷତି ପହଞ୍ଚାଇଥିବା ସେ ଅଭିଯୋଗ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କର କେହି ଧର୍ମପିତା ନ ଥିଲେ ମଧ୍ୟ ସେ ଆଗକୁ ବଢ଼ିଚାଲିଥିଲେ; କିନ୍ତୁ ଷଡ଼ଯନ୍ତ୍ର ଶିକାର ହୋଇ କାମ ନ ପାଇବା ଦ୍ବାରା ହତାସ ହୋଇଥିଲେ।

ବଲିଉଡରେ ବୁଲିଂ କାରଣରୁ ଅଭିନେତା ଅଭିନେତ୍ରୀ ମାନସିକ ଚାପରେ ରହୁଥିବା କଙ୍ଗନା ରଣାୱତ ମଧ୍ୟ ଏକ ଭିଡିଓରେ କ୍ଷୋଭ ପ୍ରକାଶ କରି କହିଛନ୍ତି। ସୁଶାନ୍ତ ନିଜ କ୍ୟାରିୟରକୁ ନେଇ ନିରାଶା ମଧ୍ୟରେ ଗତି କରୁଥିବା ରାଜନେତା ସଞ୍ଜୟ ନିରୁପମଙ୍କର ଏକ ଟ୍ବିଟରୁ ଜଣାପଡୁଛି। ସଞ୍ଜୟ ଲେଖିଛନ୍ତି ୨୦୧୯ରେ ରିଲିଜ ହେବା ପରେ ‘ଛିଛୋରେ’ ପରେ ୬ ମାସ ମଧ୍ୟରେ ସୁଶାନ୍ତ ପାଖାପାଖି ୭ଟି ଫିଲ୍ମ ହରାଇଥିଲେ। ସେହିଭଳି ନିର୍ଦେଶକ ଶେଖର କପୁରଙ୍କର ଏକ ଟ୍ବିଟ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କୌଣସି ବଡ ରହସ୍ୟକୁ ସୂଚିତ କରୁଛି। ସେ ଲେଖିଛନ୍ତି, ‘ମୁଁ ଜାଣେ ତୁମେ କିଭଳି ଯନ୍ତ୍ରଣାରେ ଥିଲ। ଅସହ୍ୟ ମନକଷ୍ଟରେ ତୁମେ ମୋ କାନ୍ଧରେ ମୁଣ୍ଡ ରଖି ଖୁବ୍ କାନ୍ଦିଥିଲ। ଅବଶୋଷ, ଯଦି ସେହି ୬ ମାସ ମୁଁ ତୁମ ସହିତ ରହିପାରିଥାନ୍ତି, ତୁମେ ମୋ ପାଖରେ ପହଞ୍ଚିପାରିଥାନ୍ତ। ତୁମ ସହ ଯାହା ହୋଇଛି ତାହା ସେମାନଙ୍କ କର୍ମ। ସୁଶାନ୍ତଙ୍କ ବିୟୋଗରେ ତାଙ୍କ ପ୍ରଶଂସକମାନଙ୍କର ଏହି ଟ୍ବିଟ ବଲିଉଡ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାତା ହଂଶଲ ମେହତା, ଅଭିନେତା ନିଖୀଲ ଦ୍ବିବେଦୀ, ଆୟୁଷ୍ମାନ ଖୁରାନା, ଅଭିନେତ୍ରୀ ତାପସୀ ପାନୁ ପ୍ରମୁଖ ମଧ୍ୟ ପକ୍ଷପାତିତା ବା ‘ନେପୋଟିଜମ୍‌’ ପ୍ରସଙ୍ଗ ଉଠାଇଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ମଙ୍ଗଳବାର ସୁଦ୍ଧା ୬ ଜଣଙ୍କ ବୟାନ ରେକର୍ଡ କରିଛି। ଏମାନେ ହେଉଛନ୍ତି ସୁଶାନ୍ତଙ୍କ ଭଉଣୀ, ଦୁଇ ମ୍ୟାନେଜର, ଜଣେ ରୋଷେୟା, ଜଣେ ବନ୍ଧୁ ଏବଂ ଅଭିନେତା ମହେଶ ସେଟ୍ଟୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories