ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍ ଫାଇନାଲରେ ଭାରତର ଦମଦାର ବିଜୟ । ୫ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତୀୟ ଦଳ ୯ମ ଥର ଟ୍ରଫି ହାତେଇଛି । ୪୧ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଫାଇନାଲ ଖେଳୁଥିବା ବେଳେ ଧରାସାୟୀ ହୋଇଛି ପାକ୍ ଟିମ୍ । ତେବେ ଏସିଆ କପ୍ ୨୦୨୫ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍ ଏବଂ ତାଙ୍କ ସହଯୋଗୀ ଷ୍ଟାଫ୍ ପାଇଁ ୨୧କୋଟି ଟଙ୍କା ପରୁସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ରାଶିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବଡ ଘୋଷଣା କରିବା ସହ ମହାନତା ଦେଖାଇଛନ୍ତି ।
ପାକିସ୍ତାନକୁ ହରାଇବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ମୋର ସମସ୍ତ ମ୍ୟାଚର ଫି ଭାରତୀୟ ସେନାକୁ ଦାନ କରୁଛି । ମୁଁ ଜାଣିନି ଏହା ବିବାଦୀୟ ହେବ କି କଣ କିନ୍ତୁ ମୁଁ ଏହା କରିବାକୁ ଚାହୁଁଛି । ମୋର ସମସ୍ତ ଫି ସେନାକୁ ସମର୍ପିତ କରୁଛି । ସେପଟେ କିନ୍ତୁ ଟ୍ରଫିକୁ ଏସିସି ମୁଖ୍ୟ ନିଜ ସାଙ୍ଗରେ ନେଇଯିବା ଓ ପଡିଆରେ ଡ୍ରାମ କରିବା ଘଟଣାରେ ଆଇସିସିରେ ଅଭିଯୋଗ କରାଯିବ ବୋଲି ବିସିସିଆଇ କହିଛି ।



