www.samajalive.in
Sunday, December 7, 2025
18.1 C
Bhubaneswar

ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଘଟଣା, ସ୍ଥିତାବସ୍ଥା ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ ବିଜ୍ଞପ୍ତି ଜାରି କରିଛନ୍ତି। ଦୁଇ ସପ୍ତାହ ପରେ କୋର୍ଟ ଏହି ମାମଲା ଉପରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।

ସୂଚନା ଅଂଜୟୀ, ଦିଲ୍ଲୀର ସାମ୍ପ୍ରଦାୟିକ ହିଂସା ପ୍ରପୀଡ଼ିତ ଜାହାଙ୍ଗିରପୁରୀରେ ପୁଲିସ ବୁଧବାର ଜବରଦଖଲ ଉଚ୍ଛେଦକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କୁ ଆଗୁଆ ସୂଚନା ନ ଦେଇ ସେମାନଙ୍କ ଘର ଓ ଦୋକାନ ଭାଙ୍ଗି ଦିଆଯାଉଥିବା ଅଭିଯୋଗ ଉଠିଥିବା ବେଳେ ପୁଲିସ ଓ ଉତ୍ତର ଦିଲ୍ଲୀ ମହାନଗର ନିଗମ କର୍ତ୍ତୃପକ୍ଷ ଜବରଦଖଲକାରୀଙ୍କୁ ଏନେଇ ନୋଟିସ ଦିଆଯାଇଥିବା କୁହାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର କିଛି ସମୟ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଉଚ୍ଛେଦ ଅଭିଯାନ ବନ୍ଦ ନ କରିବାରୁ ନ୍ୟାୟାଳୟ ପୁନର୍ବାର ଏଥିରେ ହସ୍ତକ୍ଷେପ କରି ଅଧିକାରୀଙ୍କ ନିକଟରେ ପ୍ରତ୍ୟକ୍ଷ ଭାବେ ସ୍ଥଗିତାଦେଶ ନୋଟିସ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ଏହା ପରେ ଯାଇ ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ ରହିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ।

- Advertisement -

ତେବେ ଯେଉଁ ଜବରଦଖଲକାରୀଙ୍କ ଘର ଭଙ୍ଗା ଯାଇଥିଲା ସେଥିରେ ଦଙ୍ଗା ଭିଆଇଥିବା ୫ ଜଣ ଅଭିଯୁକ୍ତଙ୍କ ଘର ମଧ୍ୟ ରହିଥିବା ଜଣାପଡିଛି। ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତାଙ୍କ ପତ୍ରକୁ ଆଧାରକରି ମହାନଗର ନିଗମ ପ୍ରଶାସନ ପକ୍ଷରୁ ଗତ ତିନି ଦିନ ଧରି ଜାହାଙ୍ଗିରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ବୁଧବାର ସକାଳେ ୯ଟି ବୁଲ୍‌ଡୋଜର ଓ ଜେସିବି ଲଗାଇ ହିଂସାରେ ସାମିଲ ଲୋକଙ୍କ ଦୋକାନ ଓ ଘର ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ୪୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories