www.samajalive.in
Tuesday, December 9, 2025
15.1 C
Bhubaneswar

ରେଣୁକାସ୍ଵାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ରେଣୁକାସ୍ଵାମୀ ହତ୍ୟା ମାମଲାରେ କନ୍ନଡ଼ ଅଭିନେତା ଦର୍ଶନଙ୍କ ଥୁଗୁଦୀପାଙ୍କ ଜାମିନ ଆବଦେନକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଦର୍ଶନଙ୍କ ସମେତ ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ପବିତ୍ରା ଗୌଡ଼ା, ଲକ୍ଷ୍ମଣ, ନାଗରାଜ, ପ୍ରଦୋ​‌ଷ, ଅନୁ କୁମାର ଏବଂ ଜଗଦୀଶଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି।

ବିଚାରପତି ଜେ.ବି. ପାର୍ଡିଓ୍ବାଲା ଏବଂ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଖଣ୍ଡନ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଏସ. ରେଣୁକାସ୍ଵାମୀ ଦର୍ଶନଙ୍କର ଜଣେ ପ୍ରଶଂସକ ଥିଲେ। ସେ ଦର୍ଶନଙ୍କ ବାନ୍ଧବୀ ପବିତ୍ରାଙ୍କୁ ଅଶ୍ଳୀଳ ଫଟୋ ପଠାଇବାରୁ ଦର୍ଶନ ନିଜର ସହଯୋଗୀମାନଙ୍କ ସହିତ ମିଶି ତାଙ୍କୁ ଅପହରଣ କରି ହତ୍ୟା କରିଥିଲେ। ଏହି ମାମଲାରେ ପୁଲିସ ମୋଟ ୧୭ ଜଣଙ୍କୁ ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories