www.samajalive.in
Sunday, December 7, 2025
14.1 C
Bhubaneswar

ଧାରା ୩୭୦ ଉପରେ ଶୁଣାଣି; ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ଏହାଦ୍ବାରା ମିଳୁଥିବା ସ୍ବତନ୍ତ୍ର ସୁବିଧାକୁ ନିରସ୍ତ୍ର କରିବା ଏବଂ ସମଗ୍ର ଅଞ୍ଚଳରେ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ.ଏ. ବୋବଡେ, ବିଚାରପତି ଏସ.ଏ ନଜୀରଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଆବଦେନକାରୀ ଏମ.ଏଲ. ଶର୍ମା ଏବଂ କାଶ୍ମୀର ଟାଇମ୍ସର କାର୍ଯ୍ୟକାରୀ ସମ୍ପାଦକ ଅନୁରାଧା ଭସୀନଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଏହା କି ପ୍ରକାର ଆବେଦନ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ବୈଷୟିକ ଆଧାରରେ ପିଟିଶନକୁ ଖାରଜ କରିଦିଆଯାଇ ପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହିତ ରେଜିଷ୍ଟ୍ରାରଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଶର୍ମାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବାବେଳେ ଅନୁରାଧାଙ୍କ ପିଟିଶନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ସରକାରଙ୍କୁ ଅଧିକ ସମୟ ଦିଆଯିବ ଏବଂ ଆଗକୁ କ’ଣ ହେଉଛି ତାହାକୁ ଅପେକ୍ଷା କରି ଦେଖିବା ଲାଗି ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଶର୍ମା ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ମିଳୁଥିବା ସୁବିଧାକୁ ନିରସ୍ତ୍ର କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଧାରା ୩୭୦ ଉପରେ ରାଷ୍ଟ୍ରପତିଙ୍କ ଆଦେଶ ବେଆଇନ ଏବଂ ଜାମ୍ମୁ-କାଶ୍ମୀର ବିଧାନସଭାର ସହମତି ବିନା ଏହା ଜାରି କରାଯାଇଥିବା ସେ ଦର୍ଶାଇଥିଲେ। ସେହିପରି ଅନୁରାଧା ନିଜ ପିଟିଶନରେ ମୋବାଇଲ ଇଣ୍ଟରନେଟ ଏବଂ ଲ୍ୟାଣ୍ଡଲାଇନ ସେବା ସମେତ ଯୋଗାଯୋଗର ସମସ୍ତ ମାଧ୍ୟମକୁ ପୁନଃ ଆରମ୍ଭ କରିବାକୁ ନିର୍ଦେଶ ଦେବାକୁ ଦାବି କରିଥିଲେ। ଫଳରେ ଗଣମାଧ୍ୟମ ଏହାର କାମ ସୂଚାରୁରୂପେ କରିପାରିବ ବୋଲି ସେ କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories