www.samajalive.in
Sunday, December 7, 2025
16.1 C
Bhubaneswar

ସନ୍‌ସାଇନ୍‌ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ରତଙ୍ଗ ଚାମ୍ପିୟନ୍, କେଳାପଡ଼ା ରନର୍ସ ଅପ୍‌

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ଠାରେ ଗତ ୧୦ଦିନ ଧରି ଚାଲିଥିବା ସନ୍‌ସାଇନ୍‌ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି। ସନ୍‌ସାଇନ୍‌ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଫିରିଙ୍ଗିଆ ବ୍ଳକର ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ୍ ମ୍ୟାଚ୍ କେଳାପଡା କ୍ରିକେଟ ଟିମ ଓ ରତଙ୍ଗ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରତଙ୍ଗ କ୍ରିକେଟ ଟିମ ଚାରି ଉଇକେଟ ବିନିମୟରେ ୧୨ ଓଭର ଏକ ବଲରେ ୬୯ ରନ କରି ବିଜୟୀ ହୋଇଥିଲା।
ଉଦ୍‌ଯାପନ ଉତ୍ସବରେ କ୍ରିଡାବିତ ସୁକାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରତଙ୍ଗ ଅଞ୍ଚଳର ସମାଜସେବୀ ବସନ୍ତ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

 

- Advertisement -

 

ଏହି କାର୍ଯ୍ୟକ୍ରମକୁ ସନ୍‌ସାଇନ୍‌ କ୍ଲବ ରତଙ୍ଗର ସଭାପତି ଦିବ୍ୟଲୋଚନ ପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପିକେଶ ପାତ୍ର, କୁନୁ ପ୍ରଧାନ, ଦିପକ ପ୍ରଧାନ, ସୋମନାଥ ମହାପାତ୍ର, ଗୋପିନାଥ ଗୁରାଣ୍ଡି, କାଳିଆ ପାତ୍ର, ଗେ।।ଜି ମହାପାତ୍ର, ରାଏ ନାଏକଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ସହେଯାଗ କରିଥିଲେ। ରୂପକ ପ୍ରଧାନ ଓ ଦିବ୍ୟଲୋଚନ ପାତ୍ର ଅମ୍ପାୟର ଦାୟିତ୍ୱ ତୁଳାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମେନ୍ ଅଫ୍ ଦି ମ୍ୟାଚ୍ ଭାବେ ରଏ ନାଏକ ଓ ଲିକୁନ ପ୍ରଧାନଙ୍କୁ ମ୍ୟାନ ଅଫ ଦି ସିରଜ୍ ଭାେବ ଏବଂ ଗଜି ମହାପାତ୍ରଙ୍କୁ ବେଷ୍ଟ କ୍ୟାଚର ଭାବରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଦିପକ ପ୍ରଧାନ କ୍ରିକେଟ୍‌ ମ୍ୟାଚ୍‌ର ଧାରାବିବରଣୀ ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories