www.samajalive.in
Monday, December 8, 2025
14.1 C
Bhubaneswar

ରବିବାର ରାଶିଫଳ

ମେଷ: ଦକ୍ଷତାର ପ୍ରତିପାଦନ କରିବେ। କ୍ରୋଧ ବୃଦ୍ଧି ହୋଇପାରେ। ପାରିବାରିକ ସୁଖ ମିଳିବ। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁତାର ଅବସାନ ଘଟିବ। ସେବାନୁରକ୍ତ ହୋଇପାରନ୍ତି।
ବୃଷ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ବୁଦ୍ଧିମାନ ହେବେ। କାର୍ଯ୍ୟ ସମ୍ପାଦନ କରି ଗର୍ବିତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି।
ମିଥୁନ: ଶତ୍ରୁ ବୃଦ୍ଧି ଘଟିପାରେ। ବହୁ ସୁଫଳର ଅଧିକାରୀ ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହର ପରିବେଶ ସ୍ୱାସ୍ଥ୍ୟକର ହେବ।
କର୍କଟ: ବହୁ ପରିଶ୍ରମରେ କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ମନ ପ୍ରସନ୍ନ ରହିବ। ଉତ୍ସବାଦିରେ ଯୋଗଦାନ କରିପାରନ୍ତି। ବିବାଦରେ ବିଜୟୀ ହେବେ।
ସିଂହ: ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ। ଆଶାବାଦୀ ହେବେ। ଗୋପନୀୟ କାର୍ଯ୍ୟରେ ତତ୍ପର ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହେବେ। ଚଞ୍ଚଳମନା ହେବେ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସହାୟତା ପାଇ ଲାଭବାନ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମତତ୍ପରତା ବୃଦ୍ଧି ପାଇବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ। ମଧୁର ବଚନ କହି ଲୋକମାନଙ୍କୁ ନିଜର କରିବାକୁ ଚେଷ୍ଟା କରିବେ। ଥଣ୍ଡା କଫ ଜନିତ ପୀଡ଼ା ଭୋଗୀ ପାରନ୍ତି।
ବିଛା: ସୁଖ ସମ୍ମାନ ଲାଭ କରିପାରନ୍ତି। ପରୋପକାରୀ ହେବେ। ନୂତନ ଯୋଜନା ପ୍ରସ୍ତୁତ କରିବେ। ଭୋଗ ବିଳାସରେ ଦିନ ବିତାଇ ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଆୟ ଉତ୍ତମ ଧରଣର ହେବ। ଲୋକପ୍ରିୟତା ଅର୍ଜନ କରିବେ।
ଧନୁ: ଆଗକୁ ବଢ଼ନ୍ତୁ; ଫଳ ଶୁଭଦାୟକ ହେବ। କର୍ମଚଞ୍ଚଳ ରହିବେ। ପାରିବାରିକ ସୁଖ ଅବ୍ୟାହତ ରହିବ। ଶାନ୍ତି, ସନ୍ତୋଷ ମିିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସରକାରୀ ଅର୍ଥ ମିଳିପାରେ। ଉତ୍ତମ ଗୁଣଯୁକ୍ତ ହୋଇପାରନ୍ତି।
ମକର: ବନ୍ଧୁ ବର୍ଗରେ ଅପ୍ରିୟ ହୋଇପାରନ୍ତି। ସେବା ପୂଜା ଉପରେ ଧ୍ୟାନ ଦେବେ। ଭୋଗାସକ୍ତ ହେବେ। ଧନ ଲାଭକାରୀ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମ ହେବାର ସୂଚନା ମିଳୁଛି। ସୁଖ ମିଳିବ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜିପାରେ। କୀର୍ତ୍ତିମାନ ହୋଇପାରନ୍ତି। ସତ୍‍ପଥର ପଥିକ ହେବେ। ଦୟାଳୁ ସ୍ୱଭାବର ହେବେ। ଶୁଦ୍ଧ ସ୍ୱଭାବର ହେବେ। ଧନ-ଧାନ୍ୟଯୁକ୍ତ ହେବାର ସୂଚନା ମିଳୁଛି।
ମୀନ: ଅନ୍ୟର ବଶବର୍ତ୍ତୀ ହେବେ। ବନ୍ଧୁ ସୁଖ ପାଇବେ। ସତ୍‍କର୍ମରେ ବ୍ୟୟ କରିବେ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସ୍ଥିର ବୁଦ୍ଧିନିଷ୍ଠ ହେବେ। ସରକାରୀ କୃପାପାତ୍ର ହେବେ। ସୁଶୀଳ ବ୍ୟକ୍ତି ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories