www.samajalive.in
Sunday, December 7, 2025
26.1 C
Bhubaneswar

ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସଆଇଟି ଟିମ, ଅଭୟଙ୍କ ସଂପର୍କରେ ଖୋଳତାଡ

ସୁନ୍ଦରଗଡ଼: ଚର୍ଚ୍ଚିତ ଆଇ.ଏଫ.ଏସ ଅଫିସର ଅଭୟକାନ୍ତଙ୍କ ଘଟଣା ସରକାରୀସ୍ତରରେ ଯେତିକି ହୁଳୁସତୁଳୁସ ସୃଷ୍ଟି କରିଛି ରାଜନୈତିକ ସ୍ତରରେ ମଧ୍ୟ ତାଠାରୁ ଅଧିକ ଆଲୋଡନ ସୃଷ୍ଟି କରିଛି। ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ଉ ପରେ ଚଢ଼ଉ ଓ ଖୋଳତାଡ କରିଚାଲିଛି। ବିଶେଷ କରି ଅଭୟକାନ୍ତ ବିଗତ ଦିନରେ ଯେଉଁ ଯେଉଁ ସ୍ଥାନରେ ଅବସ୍ଥାପିତ ଥିଲେ ସେ ସ୍ଥାନ ଗୁଡ଼ିକରେ ଭିଜିଲାନ୍ସ ଏସଆଇଟି ଟିମ ଚଢ଼ଉ କରି ତାଙ୍କ କାର୍ଯ୍ୟକଳାପ, କାଗଜପତ୍ର ଓ ଆନୁସାଙ୍ଗିକ ନିର୍ଦ୍ଦେଶନାମାକୁ ସମୀକ୍ଷା କରୁଛନ୍ତି। ଏହିକ୍ରମରେ ଆଜି ଭିଜିଲାନ୍ସର ଦୁଇଜଣିଆ ଟିମ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକଙ୍କ ଚିଠି ନମ୍ବର-୨୭୪୫ ଧରି ସିଧାସଳଖ ସୁନ୍ଦରଗଡ଼ ଡି.ଏଫ.ଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିଜକୁ ଭିଜିଲାନ୍ସ ଅଧିକାରୀ ଭାବେ ପରିଚୟ ଦେବା ପରେ ସମଗ୍ର କାର୍ଯ୍ୟାଳୟରେ ଏକ ପ୍ରକାର ହଇଚଇଁ ସୃଷ୍ଟି ହୋଇଯାଇଥିଲା ମାତ୍ର ସେମାନେ ଅଭୟକାନ୍ତଙ୍କ ସଂପର୍କରେ ଖୋଳତାଳ କରିବା ପାଇଁ ଆସିଥିବାର ଜାଣି କର୍ମଚାରୀ ଓ ଅଧିକାରୀ ମାନେ ଟିକେ ଆଶ୍ୱସ୍ତ ହୋଇଥିଲେ। ମିଳିଥିବା ସୂତ୍ରରୁ ପ୍ରକାଶ, ଭିଜିଲାନ୍ସ ଅଧିକାରୀ ଏସ.ଏସ.ପୂଝାରୀଙ୍କ ନେତୃତ୍ୱରେ ଆସିଥିବା ଟିମ ନିଳମ୍ବିତ ଅତିରିକ୍ତ ପି.ସି.ସି.ଏଫ ଶ୍ରୀ ଅଭୟକାନ୍ତ ୧୯୯୦ ଏପ୍ରିଲରୁ ଜୁଲାଇ ୧୯୯୧ ପର୍ଯ୍ୟନ୍ତ ରାଜଗାଙ୍ଗପୁର ରେଞ୍ଜର ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ ଫରେଷ୍ଟ (ଏ.ସି.ଏଫ) ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ଏହି ରେଞ୍ଜ ସୁନ୍ଦରଗଡ଼ ବନଖଣ୍ଡରେ ଅନ୍ତର୍ଭୁକ୍ତ ଥିବାରୁ ସୁନ୍ଦରଗଡ଼ ଡି.ଏଫ.ଓଙ୍କ ଠାରୁ ସମସ୍ତ ତଥ୍ୟ ମାଗିଥିଲେ। ବିଶେଷ କରି ଏହି ସମୟରେ ତାଙ୍କ ସମ୍ପତ୍ତି ତାଳିକା, ତାଙ୍କ ବ୍ୟକ୍ତିଗତ ଫାଇଲ ଓ ସେ କରିଥିବା ଅଫିସ ଅର୍ଡର ଗୁଡ଼ିକ ସଂପର୍କିତ କାଗଜପତ୍ର ଓ ତାଙ୍କ ମାସିକ ଦରମା ସମେତ ଅନ୍ୟାନ୍ୟ ଆନୁସାଙ୍ଗିକ କାଗଜପତ୍ର ନେଇଥିବାର ଜଣାପଡ଼ିଛି ହେଲେ ଏ ସଂପର୍କରେ ସୁନ୍ଦରଗଡ଼ ବନଖଣ୍ଡ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories