ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଆଜିଠୁ ଖରାଛୁଟି, ଜୁନ ୧୯ରେ ଖୋଲିବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବଡ଼ ଘୋଷଣା।  ଆଜିଠାରୁ ଅନୁସୂଚିତ ଜାତି(ଏସସି) ଓ ଅନୁସୂଚିତ ଜନଜାତି(ଏସଟି) ଆବାସିକ ବିଦ୍ୟାଳୟରେ ଖରା ଛୁଟି ଘୋଷଣା କରାଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ଜୁନ ୧୯ ତାରିଖରେ ଖୋଲିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ହଷ୍ଟେଲ ଓ ମେସ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି।