ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡିଶା। ସକାଳୁ ସକାଳୁ ଅନୁଭବ ହେଉଛି ଅସମ୍ଭାଳ ତାତି। ଏହାସହ ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୮.୬ ଡିଗ୍ରୀ। ଝାରସୁଗୁଡାର ତାପମାତ୍ରା ସବୁଠାରୁ ଅଧିକ ସାଢେ ୧୧ଟାରେ ୩୯.୨ ଡିଗ୍ରୀ। ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡିଗ୍ରୀ। ସମ୍ବଲପୁର ୩୮.୨, କେନ୍ଦୁଝର ୩୭.୬, ହୀରାକୁଦ ୩୭.୪, ଗୋପାଳପୁର ୩୪.୬, ପୁରୀ ୩୩.୪, ପାରାଦୀପ ୩୩ ଡିଗ୍ରୀ ରେକର୍ଡ କରାଯାଇଛି।
ସକାଳ ୮ଟା ୩୦ ସୁଦ୍ଧା ୬ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଛି। ୩୩ ଡିଗ୍ରୀ ସହ ବାଲେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ପୁରୀ ୩୨.୨,ଭୁବନେଶ୍ୱର ୩୧.୬, ଝାରସୁଗୁଡା ୩୧ ଡିଗ୍ରୀ, ଚାନ୍ଦବାଲି ୩୦.୮ ଓ କେନ୍ଦୁଝର ୩୦.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।
କଲବଲ କରୁଛି ତାତି : ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟ
Popular Categories



