www.samajalive.in
Sunday, December 7, 2025
23.1 C
Bhubaneswar

କିରାସିନି ଢ଼ାଳି ନିଆଁ ଲଗାଇ ନବବଧୂଙ୍କ ଆତ୍ମହତ୍ୟା

ବଡସାହି: କିରୋସିନି ଢାଳି ନିଆଁ ଲଗାଇ ଜଣେ ନବବଧୂ ଆତ୍ମହତ୍ୟା କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ହରିପୁର ଗ୍ରାମରେ ଘଟିଛି। ସୋମବାର ସନ୍ଧ୍ୟାରେ ନବବଧୂ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକ ପ୍ରଥମେ ବାରିପଦା ଚିକିତ୍ସାଳୟ ନେଇଥିଲେ । ସେଠାରେ ତାଙ୍କ ଶରୀରର ୯୦ ପ୍ରତିଶିତ ଜଳି ଯାଇଥିବାରୁ ଡାକ୍ତର ତାଙ୍କୁ ଟାଟା ମେମୋରିୟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ରାସ୍ତାରେ ନେବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣଙ୍କ ହେଲେ ଦିଲ୍ଲୀପ ନାଥଙ୍କ ପତ୍ନୀ ପରୀ(୧୮) । ତେବେ ଏହା ଆତ୍ମହତ୍ୟା ବା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ କହିଛି ।
ସୂଚନାଯୋଗ୍ୟ ଯେ, ପରୀଙ୍କ ବାପ ଘର ପଶ୍ଚିମବଙ୍ଗ ଗୋପୀବଲ୍ଲବପୁର ଅଞ୍ଚଳରେ । ଚଳିତ ବର୍ଷ ଅପ୍ରେଲ ୭ତାରିଖରେ ତାଙ୍କର ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ସ୍ବାମୀ ଦିଲ୍ଲୀରେ ମାରୁତି କମ୍ପାନୀରେ କାର୍ୟ୍ୟ କରନ୍ତି । ବିବାହ ପର ଠାରୁ ସେ ଆଉ ଘରକୁ ଆସି ନଥିବା ବେଳେ ପରୀ ଶାଶୁଶଶୁରଙ୍କ ସହିତ ହରିପୁରରେ ରହୁଥିଲେ । ତେବେ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories