www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ମୁକାବିଲା: ରାଜ୍ୟରେ ୧୯୭ ଆଇସିୟୁ ପ୍ରସ୍ତୁତ, ଆଉ ୩୮ଟି ପାଇଁ ପ୍ରସ୍ତୁତି

ଭୁବନେଶ୍ବର (ବ୍ୟୁରୋ): କୋବିଦ-୧୯ ଭୂତାଣୁରୁ ସଂକ୍ରମଣ ରୋକିବା ଦିଗରେ ଓଡ଼ିଶା ଏହାର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ନିମେନ୍ତ ୨୦ଟି କୋଭିଡ୍‌-୧୯ ହସ୍‌ପିଟାଲ୍‌କୁ କାର୍ଯ୍ୟକ୍ଷମ କରିଛି । ରାଜ୍ୟର ୧୮ଟି ଜିଲ୍ଲା ଏଥିରେ ସାମିଲ ହୋଇପାରିଛି । ଏହିସବୁ କୋଭିଡ୍‌-୧୯ ହସ୍‌ପିଟାଲ୍‌ରେ ୩୪୨୦ଟି ଶଯ୍ୟା ଥିବାବେଳେ ୧୯୭ଟି ଆଇସିୟୁ ବେଡ୍‌ ରହିଛି । ଖୁବ୍‌ଶୀଘ୍ର ଅନ୍ୟାନ୍ୟ ଜିଲ୍ଲାରେ ଅତିରିକ୍ତ ୧୫ଟି କୋଭିଡ୍‌ ହସ୍‌ପିଟାଲ୍‌ ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ଏଥିରେ ୨୨୮୨ଟି ଶଯ୍ୟା ଓ ୩୮ଟି ଆଇସିୟୁର ସୁବିଧା ରହିବ  ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସେହିପରି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ଗୁଡ଼ିକ ଉପରେ ସମୀକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲା ପାଇଁ ପ୍ରସ୍ତାବିତ ୩୫ଟି ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୨୦ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା କରିବା ପାଇଁ ୧.୮୩ ଲକ୍ଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ଥିବାବେଳେ ସେଥି ମଧ୍ୟରୁ ୧.୫୩ ଲକ୍ଷ ଜଣଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି  ବୋଲି ଶ୍ରୀ ବାଗଚୀ କହିଛନ୍ତି ।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories