ସାକ୍ଷୀଗୋପାଳ ରାମ ମନ୍ଦିର ନିକଟରେ ତୁଳସୀ ବିବାହ

ସୁଆଣ୍ଡୋ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀ ରାମ ମନ୍ଦିର ସମ୍ମୁଖରେ ମଙ୍ଗଳବାର ତୁଳସୀ ବିବାହ ଅନୁଷ୍ଠିତ ହୋଇଯାଇଛି। କାର୍ତିକ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ମା ତୁଳସୀଙ୍କ ସହିତ ଶ୍ରୀ ନାରାୟଣଙ୍କ ବିବାହ ନୀତି କରାଯାଇଥାଏ। ଶ୍ରୀମନ୍ ନାରାୟଣ ମା ତୁଳସୀ ଦେବୀଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ନୂତନ ବସ୍ତ୍ର ବିଭିନ୍ନ ଫୁଲରେ ସଜ୍ଜିତ କରାଯାଇ ଖଟୁଲିରେ ଦେବଦମ୍ପତି ବିଜେ କରିଥିଲେ। ବରପିତା ଭାବେ ସତ୍ଯପ୍ରିୟ ମହାପାତ୍ର ଓ ରଞ୍ଜିତା ମହାପାତ୍ର ରହିଥିବା ବେଳେ କନ୍ୟା ପିତା ଶରତ କୁମାର ହୋତା ଓ ସଂଯୁକ୍ତା ହୋତା କାର୍ଯ୍ୟ ତୁଲାଇଥିଲେ। କନ୍ୟା ଘର ପକ୍ଷରୁ ବରଯାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ଏହି ବିବାହରେ ମଧ୍ୟସ୍ଥି ଭାବେ ରାମଚନ୍ଦ୍ର ନନ୍ଦ ରହିଥିଲେ। ମୂଳଅଳସା ଗ୍ରାମବାସୀଙ୍କ ପକ୍ଷରୁ ନାମ ସଂକିର୍ତ୍ତନ କରାଯାଇଥିଲା। ଶେଷରେ ସମସ୍ତେ ଶ୍ରୀ ମହାପ୍ରସାଦ ସେବା କରିଥିଲେ। କୋଭିଡ କଟକଣା ମଧ୍ୟରେ ଦେବ ନୀତି ସମ୍ପାଦନ ହୋଇଥିଲା।

Comments are closed.