www.samajalive.in
Tuesday, December 9, 2025
19.1 C
Bhubaneswar

ସତ୍ୟବାଦୀ ମହୋତ୍ସବ ଉଦଘାଟିତ

ସୁଆଣ୍ଡୋ : ସତ୍ୟବାଦୀ ମହୋତ୍ସବ ପଞ୍ଚଶଖା ମୁକ୍ତାକାଶ ରଙ୍ଗମଞ୍ଚରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ଏହି ଅବସରରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ପଞ୍ଚଶଖା ମଣ୍ଡପ ନିକଟରୁ ଆକର୍ଷଣୀୟ  ଜ୍ୟୋତିଯାତ୍ରା ୨ କି.ମି ବଜାର ପରିକ୍ରମା କରି ମହୋତ୍ସବ ସ୍ଥଳରେ ପହଞ୍ଚିଥିଲା। ଏଥିରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୁରୀ ବିଧାୟକ ତଥା ଉପଦେଷ୍ଟା ଜୟନ୍ତ ଷଢଙ୍ଗୀ ଓମପ୍ରକାଶ ମିଶ୍ର ରାଷ୍ଟ୍ରୀୟ ନାରିକେଳ ବୋର୍ଡ ଉପାଧ୍ୟକ୍ଷ ଡ.ବିଶ୍ଵନାଥ ରଥ ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମେ ସତ୍ୟବାଦୀର  ଡ୍ୟାନ୍ସ ଏକାଡେମୀ ଅଭିନୟନା ପକ୍ଷରୁ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ପଞ୍ଜାବ ମହାରାଷ୍ଟ୍ର ଓ ମଣିପୁରରୁ ଆସିଥିବା କଳାକାର ଓ ପୁରୀର ମାଲଖମ୍ବ ନୃତ୍ୟ ପରିବେଷଣ କରା ଯାଇଥିଲା। ନୃତ୍ୟ ନିପୁଣା ଅସୀମା ପଣ୍ଡା ଓ ତାଙ୍କ ସାଥୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିମୋହିତ କରିଥିଲେ। ମହୋତ୍ସବ କମିଟିର ସଭାପତି ଓ ଜାନକୀ ବଲ୍ଲଭ ମିଶ୍ର ସମ୍ପାଦକ ଜାନକୀ ବଲ୍ଲଭ ବରାଳ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories