କାମାକ୍ଷାନଗର : ଭୁବନରେ ଶୁକ୍ରବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଭୁବନ ମେଡିକାଲ୍ର ଉନ୍ନତୀକରଣ, ଡାକ୍ତର ପଦବୀ ପୂରଣ ଦାବିରେ ଭୁବନ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି।ଏହା ଫଳରେ ଭୁବନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହାଫଳରେ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି। ସହରରେ ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦୀର୍ଘ ଦିନରୁ ଲୋକେ ଦାବି କରିଆସୁଥିଲେ। କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଲୋକମାନେ ଅଭିଯୋଗ କରିଛନ୍ତି।



