www.samajalive.in
Tuesday, December 9, 2025
26.1 C
Bhubaneswar

ନିଶା ବେପାରୀର ଦୁଇ ଦାମୀ ଗାଡ଼ି ଜବତ

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ନିଶା ବେପାରୀ ଗଞ୍ଜାମ କୋଦଳା ଥାନା ଅଧୀନ ଛଚିଣା ଗ୍ରାମର ଅନିଲ୍ କୁମାର ପାଣ୍ଡିର ଦୁଇଟି ଦାମୀ ଚାରିଚକିଆ ଗାଡ଼ିକୁ ସ୍ବତନ୍ତ୍ର କାର୍ଯ୍ୟାବଳ ଜବତ କରିଛି। ଦୁଇଟି ଗାଡ଼ିର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗୋଟିଏ ଏକ୍ସୟୁଭି ୫୦୦ ଏବଂ ଅନ୍ୟଟି ବୋଲେରୋ। ବେଆଇନ୍ ଚୋରା ଗେଞ୍ଜେଇ ବେପାରୀ ଭାବେ ଅନିଲ୍‌ ଅନେକ ସମ୍ପତ୍ତିର ମାଳିକ ହୋଇଛି। ଅନିଲ୍‌ର ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ସ୍ବତନ୍ତ୍ର କାର୍ଯ୍ୟବଳ ପକ୍ଷରୁ କଲକାତାସ୍ଥିତ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁମତି ଲୋଡାଯାଇଛି। ଅନୁମତି ମିଳିବା ପରେ ଏସବୁ ବାଜ୍ୟାପ୍ତ କରାଯିବ ବୋଲି ଜଣାପଡିଛି।

ଗତବର୍ଷ ଅଗଷ୍ଟ ୧୩ରେ ଏକ ଟାଟା ଟ୍ରକରେ ୧୦ କୁଇଣ୍ଟାଲ୍‌ ଚାଲାଣ କରୁଥିବା ବେଳେ ସ୍ବତନ୍ତ୍ର କାର୍ଯ୍ୟବଳ ହାତରେ ଧରାପଡିଥିଲା। ଏହି ଚୋରା ଚାଲାଣ ପଛରେ ଅନିଲ୍‌ର ହାତ ଥିବା ଜଣାପଡିଥିଲା। ସେବେଠାରୁ ଅନିଲ୍‌ ଫେରାର୍ ଅଛି। ସ୍ବତନ୍ତ୍ର କାର୍ଯ୍ୟବଳ ପାଇଁ ସେ ଅଧିକ ସନ୍ଦିଗ୍ଧ ଅପରାଧୀ। ଅନିଲ୍‌ର ଭାଇ ସୁନିଲ୍‌ ପାଣ୍ଡି ମଧ୍ୟ ଅନ୍ତରାଜ୍ୟ ନିଶା ବେପାରୀ। ସୁନିଲ୍‌ ନାମରେ ଗୁଜରାଟର ସୁରତ୍‌ ସହର​‌ ଭର୍ଚ୍ଛା ଥାନାରେ ୫ଟି ନିଶା କାରବାର ମାମଲା ରହିଥିବା ବେଳେ ଅନ୍ୟାନ୍ୟ ସହରକୁ ମିଶାଇଲେ ୧୧ଟି ମାମଲା ରହିଛି। ଏସବୁ ମାମଲାରେ ଅନିଲ୍‌ ମଧ୍ୟ ସମ୍ପୃକ୍ତ। ଅନିଲ୍‌ ଗିରଫଦାରୀ ଏଡାଇବା ଲାଗି ଲୁଚି ବୁଲୁଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories