www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ; ୨ ନାଗରିକ ମୃତ ; ୨୩ ଆହତ

ଶ୍ରୀନଗର : ଶ୍ରୀନଗର ସହରର ଅମୀରାକଦଲ ଅଞ୍ଚଳରେ ରବିବାର ସନ୍ଧ୍ୟା ସମୟରେ ଆତଙ୍କବାଦୀର ଗ୍ରେନେଡ ଆକ୍ରମଣରେ ୨ ନାଗରିକଙ୍କର ମୃତ୍ୟୁ ଘଟିଛି। ଏହାସହ ୨୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁଲିସକର୍ମୀ ଓ ୧୭ ଜଣ ମହିଳା ରହିଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହତଙ୍କ ଚିକିତ୍ସା କରାଯାଉଛି। ସିସିଟିଭ କ୍ୟାମେରାରୁ ପୁଲିସଙ୍କୁ ଆତଙ୍କବାଦୀ ବିଷୟରେ ପ୍ରାଥମିକ ସୂଚନା ମିଳିଛି।
ପୁଲିସଙ୍କ କହିବାନୁଯାୟୀ, ସନ୍ଧ୍ୟା ସମୟରେ ଆତଙ୍କବାଦୀ ଦ୍ୱାରା ଅମୀରାକଦଲ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରାଯାଇଛି। ରାସ୍ତାରେ ଗ୍ରେନେଡ ଫାଟି ଏହାର ପ୍ରଭାବରେ ନିକଟରେ ଯାଉଥିବା ଲୋକଙ୍କ ଉପରେ ପଡିଥିଲା। ବିସ୍ଫୋରଣ ପରେ ଲୋକେ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ। ଏହାର ସୁଯୋଗ ନେଇ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୋକଙ୍କ ଚିତ୍କାର ଶୁଣାଯାଇଥିଲା। ଏହା ମଧ୍ୟରେ ସିଆରପିଏଫ, ପୁଲିସ ଅଧିକାରୀ, ସେନା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଯାତାୟତର ରାସ୍ତାକୁ ମଧ୍ୟ ବନ୍ଦ ରଖାଯାଇଛି। ଘଟଣାପରେ ପୁଲିସ ନିକଟରେ ଥିବା ସିସିଟିଭ କ୍ୟାମେରାର ଫୁଟେଜ ଯାଞ୍ଚ କରି ଏହା ମାଧ୍ୟମରେ ଆତଙ୍କବାଦୀ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories