www.samajalive.in
Sunday, December 7, 2025
23.1 C
Bhubaneswar

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଜିସିପିଇ କଲେଜ ନୂଆ କ୍ୟାମ୍ପସ ପରିଦର୍ଶନ, ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ କଲେ ସମୀକ୍ଷା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ)ର ନୂଆ କ୍ୟାମ୍ପସ୍‌ ପରିଦର୍ଶନ କରିବା ସହ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ବେହେରା ତମାଣ୍ଡୋସ୍ଥିତ ଜିସିପିଇ ମହାବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ପରିଦର୍ଶନ କରିବା ସହ ଚାଲୁ ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଶିକ୍ଷାରମ୍ଭ ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ନିର୍ମାଣାଧୀନ ବାଳକ ଓ ବାଳିକା ହଷ୍ଟେଲ, ଏକାଡେମିକ୍‌ ବ୍ଲକ୍‌ ଆଦି ପରିଦର୍ଶନ କରିଥିଲେ।

 

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତିକୁ ସର୍ବଦା ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟରେ ଏକ ସ୍ୱତନ୍ତ୍ର ମାନର ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ କ୍ରୀଡ଼ା ଓ ଯୁବସେବା ବିଭାଗ ଯେଉଁ ଲକ୍ଷ୍ୟ ରଖିଛି ତାହାକୁ ପୂରଣ କରିବା ଦିଗରେ ସମସ୍ତେ ତତ୍ପର ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ପରାମର୍ଶ ଦେଇଥିଲେ।
ନବନିର୍ମିତ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହା ଶିକ୍ଷାର୍ଥୀମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇବ। ଆଧୁନିକ ଶିକ୍ଷା ଭିତ୍ତିଭୂମି ସହ ଉନ୍ନତ ହଷ୍ଟେଲ, ଖାଦ୍ୟପେୟ ଏବଂ ଖେଳ ପଡ଼ିଆ ଓ ଆବଶ୍ୟକ ସମସ୍ତ କ୍ରୀଡ଼ା ସରଞ୍ଜାମ ଏଥିରେ ମହଜୁଦ ରହିବ। ଏହା ପରବର୍ତ୍ତୀ ସମୟରେ ପିଇଟି ଶିକ୍ଷକ, ଭଲ କୋଚ ସୃଷ୍ଟି ସହ ରାଜ୍ୟର କ୍ରୀଡ଼ା ଇକୋ ସିଷ୍ଟମ୍‌କୁ ସମୃଦ୍ଧ କରିବାରେ ସହାୟକ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories