www.samajalive.in
Sunday, December 7, 2025
26.1 C
Bhubaneswar

ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ କ୍ଲଷ୍ଟର-୨ ବାସ୍କେଟବଲ ଉଦ୍‌ଘାଟିତ

କଟକ: ବାରବାଟୀ ଷ୍ଟାଡ଼ିୟମସ୍ଥ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ବାସ୍କେଟବଲ କ୍ଲଷ୍ଟର-୨ ଉଦ୍‌ଘାଟିତ ହୋଇଯାଇଛି। ପ୍ରତିଯୋଗିତାକୁ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ୍‌ ଉଦ୍‌ଘାଟନ କରିଥିଲେ। ସିବିଏସ୍‌ଇର ଆଞ୍ଚଳିକ ଅଧିକାରୀ କେ ଶ୍ରୀନିବାସନ ଏବଂ ନୀରିକ୍ଷକ ଡ. ରଞ୍ଜନ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଏହି ୩ ଦିନିଆ ପ୍ରତିଯୋଗିତା କଟକ ଡିସିପି ପିନାକ ମିଶ୍ରଙ୍କ ଦ୍ବାରା ଘୋଷଣା କରାଯାଇଥିଲା।

ଓଡ଼ିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା, ଓଡ଼ିଶା ବାସ୍କେଟବଲ ସଂଘ ସମ୍ପାଦକ ଅଶୋକ କୁମାର, ସେଣ୍ଟ ଜାଭିୟର୍ସ ଗ୍ରୁପର ମୁଖ୍ୟ ନିର୍ଦେଶକ ଜି.ଏସ୍‌ ପଟ୍ଟନାୟକ, ନିର୍ଦେଶକ ପ୍ରଭୁଚରଣ ମହାନ୍ତି ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟଦର୍ଶୀ ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସିପି ଜୋନ-୫ କୃଷ୍ଣଚନ୍ଦ୍ର ସେଠୀ, ଜୋନ-୩ ତାପସ ପ୍ରଧାନ, ଜୋନ-୨ ଅମିତାଭ ମହାପାତ୍ର ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍କାଉଟ ଓ ଗାଇଡ଼ ଏବଂ ଏନସିସି ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ତୁଲାଉଥିବା ଜଣାପଡିଛି। ଏହି ପ୍ରତିଯୋଗିତାରେ ଓଡିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବାସ୍କେଟବଲ ଦଳ ଭାଗ ନେଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories