www.samajalive.in
Sunday, December 7, 2025
18.1 C
Bhubaneswar

କୃତୀ କ୍ରୀଡ଼ାବିତ୍‌ଙ୍କ ଲାଗି ଆଜୀବନ ମାସିକ ପେନ୍‌ସନ ଘୋଷଣାକଲେ ରିଜିଜୁ

ନୂଆଦିଲ୍ଲୀ : ଦେଶ ପାଇଁ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ଜିତିଥିବା କ୍ରୀଡ଼ାବିତ୍‌ଙ୍କୁ ଆଜୀବନ ମାସିକ ପେନ୍‌ସନ ପ୍ରଦାନ କରାଯିବ ବୋଲି ସୋମବାର ଘୋଷଣା କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁ। ‘କୃତୀ କ୍ରୀଡ଼ାବିତ୍‌ଙ୍କୁ ପେନ୍‌ସନ୍‌’ ଯୋଜନା ଅନ୍ତର୍ଗତ ଏହା ପ୍ରଦାନ କରାଯିବ ବୋଲି ରିଜିଜୁ ଟ୍ବିଟ୍‌ କରି ଜଣାଇଛନ୍ତି।

କ୍ରୀଡ଼ାମନ୍ତ୍ରୀ ଘୋଷଣା କରିଛନ୍ତି, ଯେଉଁ ଭାରତୀୟ ନାଗରିକ କ୍ରୀଡ଼ାବିତ୍ ଅଲିମ୍ପିକ୍‌ସ, ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ବକପ୍ ଓ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ଦେଶ ପାଇଁ ପଦକ ଜିତିଥିବେ; ସେମାନଙ୍କୁ ଆଜୀବନ ମାସିକ ପେନ୍‌ସନ ମିଳିବ। ତେବେ ଏହି କ୍ରୀଡ଼ାବିତ୍ ଅଲିମ୍ପିକ୍‌ସ ଓ ଏସୀୟ କ୍ରୀଡ଼ାରେ ସାମିଲ ଥିବା କ୍ରୀଡ଼ାରେ ପଦକ ଜିତିଥିବେ। ପୁଣି ସେମାନଙ୍କୁ ଅତିକମ୍‌ରେ ୩୦ ବର୍ଷ ବୟସ ହୋଇଥିବ କିମ୍ବା କ୍ରୀଡ଼ାରୁ ଅବସର ନେଇ ସାରିଥିବେ; ସେମାନେ ଏହି ଆଜୀବନ ମାସିକ ପେନ୍‌ସନ ଯୋଗ୍ୟ ବିବେଚିତ ହେବେ। ରିଜିଜୁ ଆହୁରି ଜଣାଇଛନ୍ତି, ଏବେ ଦେଶର ୬୨୭ ଜଣ ଅବସର ନେଇଥିବା କ୍ରୀଡ଼ାବିତ୍ ୧୨ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଜୀବନ ମାସିକ ପେନ୍‌ସନ ପାଉଛନ୍ତି। ଏହାସହ ସରକାର କ୍ରୀଡ଼ାବିତ୍‌ଙ୍କ ଲାଗି ଦୀନଦୟାଲ ଉପଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠି ଗଠନ କରିଛନ୍ତି। ଯେଉଁ ପୂର୍ବତନ କ୍ରୀଡ଼ାବିତ୍ ବର୍ତ୍ତମାନ ଦୁସ୍ଥ ଅବସ୍ଥା‌େ‌ର ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ଲାଗି ଏହି ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ। ଉପରୋକ୍ତ ୨ଟି ଯୋଜନା ଭିନ୍ନକ୍ଷମ ଓ ଶାରୀରିକ ଅକ୍ଷମ କ୍ରୀଡ଼ାବିତ୍‌ଙ୍କ ଲାଗି ପ୍ରଯୁଜ୍ୟ ବୋଲି ରାଜ୍ୟସଭାରେ ଏକ ଉତ୍ତରରେ ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories