www.samajalive.in
Monday, December 15, 2025
16.1 C
Bhubaneswar

ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି-ରାଜ୍ୟପାଳ

ଭୁବନେଶ୍ୱର: ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କ୍ରୀଡ଼ା ସଶକ୍ତିକରଣ ଜାତୀୟ ଏକତାର ଶକ୍ତିଶାଳୀ ମାଧ୍ୟମ। ଏହା ଖେଳାଳୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଟିମ୍ ୱାର୍କ ଏବଂ ନିଷ୍ଠା ଶିକ୍ଷା ଦେବା ସହ ସେମାନଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଗଢ଼ିବା ସହିତ ଦେଶର ସୁନାଗରିକଭାବେ ଗଢିବାରେ ସହାୟକ ହୋଇଥାଏ ବୋଲି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ପ୍ରକାଶ କରିଛନ୍ତି।

ଶନିବାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ ଏକଲ ଖେଳକୁଦ ସମାରୋହ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଦେଶର ବିଭିନ୍ନ ପ୍ରାନ୍ତର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିଥାଏ। ଏହି ମଞ୍ଚ ମାଧ୍ୟମରେ ସେମାନେ ନିଜର ଦକ୍ଷତା ଓ କୌଶଳ ପ୍ରତିପାଦିତ କରିବା ସହ ସେମାନଙ୍କୁ ଜୀବନ ବ୍ୟାପୀ ମୈତ୍ରୀର ବନ୍ଧନରେ ବାନ୍ଧି ରଖେ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।

- Advertisement -

ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ସର-କାର୍ଯ୍ୟବାହ ଆଲୋକ କୁମାର, ଏକଲ ଅଭିଯାନର ରାଷ୍ଟ୍ରୀୟ ସଂଗଠନର ପ୍ରଭାରୀ ମାଧବେନ୍ଦ୍ର ସିଂହ, ଅଭ୍ୟୁଦୋୟ ୟୁଥ୍ କ୍ଲବର ଉପାଧ୍ୟକ୍ଷ ଅମର କୃଷ୍ଣ, ବନବନ୍ଧୁ ପରିଷଦର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଭୋରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ମାର୍ଗଦର୍ଶକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜ ତ୍ରିଦିବସୀୟ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ। ପ୍ରାରମ୍ଭରେ ଆୟୋଜକ କମିଟିର ପ୍ରିୟ ରଞ୍ଜନ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜାତୀୟ ଖେଳକୁଦ ସମାରୋହର ସଂଯୋଜକ ଅଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories