www.samajalive.in
Sunday, December 7, 2025
14.1 C
Bhubaneswar

ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି-ରାଜ୍ୟପାଳ

ଭୁବନେଶ୍ୱର: ଦେଶ ନିର୍ମାଣରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କ୍ରୀଡ଼ା ସଶକ୍ତିକରଣ ଜାତୀୟ ଏକତାର ଶକ୍ତିଶାଳୀ ମାଧ୍ୟମ। ଏହା ଖେଳାଳୀମାନଙ୍କ ମଧ୍ୟରେ ଶୃଙ୍ଖଳା, ଟିମ୍ ୱାର୍କ ଏବଂ ନିଷ୍ଠା ଶିକ୍ଷା ଦେବା ସହ ସେମାନଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଗଢ଼ିବା ସହିତ ଦେଶର ସୁନାଗରିକଭାବେ ଗଢିବାରେ ସହାୟକ ହୋଇଥାଏ ବୋଲି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ପ୍ରକାଶ କରିଛନ୍ତି।

ଶନିବାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ ଏକଲ ଖେଳକୁଦ ସମାରୋହ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଦେଶର ବିଭିନ୍ନ ପ୍ରାନ୍ତର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିଥାଏ। ଏହି ମଞ୍ଚ ମାଧ୍ୟମରେ ସେମାନେ ନିଜର ଦକ୍ଷତା ଓ କୌଶଳ ପ୍ରତିପାଦିତ କରିବା ସହ ସେମାନଙ୍କୁ ଜୀବନ ବ୍ୟାପୀ ମୈତ୍ରୀର ବନ୍ଧନରେ ବାନ୍ଧି ରଖେ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।

- Advertisement -

ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ସର-କାର୍ଯ୍ୟବାହ ଆଲୋକ କୁମାର, ଏକଲ ଅଭିଯାନର ରାଷ୍ଟ୍ରୀୟ ସଂଗଠନର ପ୍ରଭାରୀ ମାଧବେନ୍ଦ୍ର ସିଂହ, ଅଭ୍ୟୁଦୋୟ ୟୁଥ୍ କ୍ଲବର ଉପାଧ୍ୟକ୍ଷ ଅମର କୃଷ୍ଣ, ବନବନ୍ଧୁ ପରିଷଦର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଭୋରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ମାର୍ଗଦର୍ଶକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜ ତ୍ରିଦିବସୀୟ ତୃତୀୟ ଜାତୀୟସ୍ତରୀୟ ଏକଲ ଖେଳକୁଦ ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ। ପ୍ରାରମ୍ଭରେ ଆୟୋଜକ କମିଟିର ପ୍ରିୟ ରଞ୍ଜନ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜାତୀୟ ଖେଳକୁଦ ସମାରୋହର ସଂଯୋଜକ ଅଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories