www.samajalive.in
Sunday, December 7, 2025
26.1 C
Bhubaneswar

ଆମେଥିରୁ ପ୍ରିୟଙ୍କା,ଛିଦୱାଡ଼ାରୁ ରାହୁଲ ଲଢିବେ ନିର୍ବାଚନ!

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ପ୍ରଦାନ କରାଯିବା ପରଠାରୁ କଂଗ୍ରେସ ଶିବିର ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଛି। ମୁଖ୍ୟତଃ ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶ ଉତ୍ତରପ୍ରଦେଶ କଂଗ୍ରେସ ଶାଖାକୁ ଅଧିକ ସକ୍ରିୟ କରିବ ବୋଲି ଆଶା କରାଯାଉଛି। ଦିଲ୍ଲୀଠାରୁ ୟୁପି ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ଚର୍ଚ୍ଚାରେ କଂଗ୍ରେସର ହାଇକମାଣ୍ଡଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ମୋହର ବାଜି ନଥିଲେ ମଧ୍ୟ ତାଙ୍କର ନିକଟତମ ମହଲ ଚର୍ଚ୍ଚାକୁ ଅସ୍ୱୀକାର କରିନାହାନ୍ତି।
ଚର୍ଚ୍ଚା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ଦପ୍ତର ପ୍ରୟାଗରାଜର ଜବାହର ଭବନରେ ନିର୍ମାଣ ହେବ। ପ୍ରିୟଙ୍କା ଏବେ ଜବାହର ଭବନର ସେହି କୋଠରିରେ ବସିବେ ଯେଉଁଠି ଦିନେ ଇନ୍ଦିରା ଗାନ୍ଧୀ ବସୁଥିଲେ। ସେହିପରି ଲକ୍ଷେ୍ନøସ୍ଥିତ ଦଳୀୟ ମୁଖ୍ୟାଳୟକୁ ନବକଳେବର କରାଯାଉଛି। ଏହି କାର୍ଯ୍ୟାଳୟର ପ୍ରଥମ ମହଲାରେ ଛୋଟ ହେଲେ ମଧ୍ୟ ସୁନ୍ଦର କୋଠରି ରହିଛି। ଏହି କୋଠରୀ ଏବେ କଂଗ୍ରେସ ଅଧ୍ୟକ୍ଷ ବ୍ୟବହାର କରୁଛନ୍ତି। ଏହି କୋଠରି ସମ୍ମୁଖରେ ଏକ ଶିଡ଼ି ରହିଛି ଯାହା ଏକ ସମୟରେ ବ୍ୟବହାର ହେଉଥିଲା। ଏବେ ଏହି କୋଠରି ଓ ଶିଡ଼ି ପୁଣି ପ୍ରିୟଙ୍କା ବ୍ୟବହାର କରିବେ। ଏହି ଶିଡ଼ି ଦେଇ କେବଳ ପ୍ରିୟଙ୍କା ଓ ତାଙ୍କ ନିକଟତମ ନେତା ହିଁ ଯିବା ଆସିବା କରିପାରିବେ।
ଏପରିକି ୪ଫେବୃୟାରୀରେ ଉଭୟ ଭାଇ-ଭଉଣୀ ଲକ୍ଷେ୍ନøସ୍ଥିତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏଥିପାଇଁ କାର୍ଯ୍ୟାଳୟ ମଧ୍ୟରେ ଏକ କନଫରେନ୍ସ ହଲ ମଧ୍ୟ ନିର୍ମାଣ ହେଉଛି। ଏହି ସମ୍ମିଳନୀରେ ପ୍ରିୟଙ୍କା ଗାନ୍ଧି ଆମେଥିରେ ନିର୍ବାଚନ ଲଢିବା ସମ୍ପର୍କରେ ଘୋଷଣା ହେବା ସହ ରାହୁଲ ଛିଦବାଡ଼ାରୁ ନିର୍ବାଚନ ଲଢିବାର ଘୋଷଣା ହେବ ବୋଲି କୁହାଯାଉଛି।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories