www.samajalive.in
Wednesday, December 10, 2025
15.1 C
Bhubaneswar

କୃଷି ଆଇନ ଉପରେ କହିଲେ ତୋମାର, କୃଷକଙ୍କୁ ସ୍ୱାର୍ଥକୁ ସରକାର ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ

ଦେଶରେ ନୂଆ କୃଷି ଆଇନକୁ ନେଇ ଗତ ୧୪ ଦିନ ଧରି କୃଷକ ସଂଗଠନ ଦ୍ୱାରା ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଲୋଚନା ଆରମ୍ଭରେ ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ବଙ୍ଗଳାରେ ବିଜେପି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ ଏଭଳି ଆକ୍ରମଣ କରାଯାଇଛି।ସେ କହିଛନ୍ତି ଯେ ଏଭଳି ଘଟଣା ସାଧାରଣତଃ ଦେଖାଯାଏ ନାହିଁ, କିନ୍ତୁ ବଙ୍ଗଳାରେ ଏଭଳି ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏତେ ସ୍ତରକୁ ବୃଦ୍ଧି ପାଇଛି ଯେ ବିଜେପି ଅଧ୍ୟକ୍ଷଙ୍କ କାର ଉପରେ ଆକ୍ରମଣ କରାଯାଇଛି କିନ୍ତୁ ସରକାର ଚୁପ୍ ଅଛନ୍ତି। ସେ ଏହି ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

- Advertisement -

କୃଷି ଆଇନକୁ ନେଇ ଚାଲିଥିବା ବିରୋଧ ଉପରେ ତୋମାର କହିଛନ୍ତି ଯେ ସରକାର ଚାଷୀଙ୍କୁ ମଣ୍ଡି ବନ୍ଧନରୁ ମୁକ୍ତ କରିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେମାନେ ନିଜ ଉତ୍ପାଦକୁ ଦେଶର ଯେକୌଣସି ସ୍ଥାନରେ ଯାହାକୁ ନିଜ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରିପାରିବେ। କୃଷି ମନ୍ତ୍ରୀ ତୋମାର କହିଛନ୍ତି ଯେ ବର୍ତ୍ତମାନ କୌଣସି ଆଇନ କହୁନାହିଁ ଯେ ଉତ୍ପାଦକୁ ବିକ୍ରି କରିବାର ତିନି ଦିନ ପରେ ଚାଷୀଙ୍କ ମୂଲ୍ୟ ପାଇବା ପାଇଁ ବ୍ୟବସ୍ଥା ହେବ, କିନ୍ତୁ ନୂଆ କୃଷି ଆଇନରେ ଏହି ବ୍ୟବସ୍ଥା କରିବା ପାଇଁ ନିଶ୍ଚିତ ହୋଇଛି। ସେ କହିଛନ୍ତି ଯେ ଲୋକମାନେ ଏହାର ଫାଇଦା ପାଇବେ ବୋଲି ସେମାନେ ଭାବୁଥିଲେ ଯାହା ଫଳରେ କୃଷକ ମହଙ୍ଗା ଫସଲ ପ୍ରତି ଆକର୍ଷିତ ହେବେ, ବିହନ ବୁଣିବା ସମୟରେ ମୂଲ୍ୟ ଗ୍ୟାରେଣ୍ଟି ପାଇବେ ଏବଂ ଚାଷୀଙ୍କ ଜମିକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଶ୍ରୀ ତୋମାର କହିଛନ୍ତି ଯେ ସରକାର କୃଷକମାନଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିଛନ୍ତି ଏବଂ ଏଥିପାଇଁ ଅନେକ ପର୍ଯ୍ୟାୟ ଆଲୋଚନା ମଧ୍ୟ କରିଛନ୍ତି। କିନ୍ତୁ ନୂଆ କୃଷି ଆଇନରେ କେଉଁ ବ୍ୟବସ୍ଥା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି କୃଷକମାନେ ସ୍ପଷ୍ଟ କରିପାରୁନଥିବା ତୋମାର କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories