www.samajalive.in
Wednesday, November 12, 2025
27.1 C
Bhubaneswar

ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ: ପୁଅ

ସମାଜଲାଇଭ ଡେସ୍କ: ଯାତ୍ରା ଜଗତର ଅପ୍ରତିଦ୍ୱନ୍ଦ୍ୱି ଅଭିନେତା ଭାବେ ପରିଚିତ ଦେବୀ ରଥଙ୍କର ପରଲୋକ ହୋଇଯାଇଛି। କଳାକାରଙ୍କ ମହଲରେ ୟ‘ମାମା’ ଭାବେ ପରିଚିତ ଥିବା ଦେବୀଙ୍କ ମୃତ୍ୟୁର କାରଣ ଏବେ ସମସ୍ତଙ୍କୁ ଚକ୍କିତ କରିଛି। ଡିଜେ ପାଇଁ ଦେବୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି। ଡିଜେ ଶବ୍ଦ କେତେ ଭୟଙ୍କର ତାହାର ନଜିର ପୂର୍ବରୁ ଦେଖିବାକୁ ମିଳିଥିଲେ ହେଁ ଆଜି ପୁଣି ଡିଜେ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଯାଇଛି।

ଦେବୀଙ୍କ ପୁଅ କହିଛନ୍ତି, ଡିଜେର ବିକଟାଳ ଶବ୍ଦରେ ତାଙ୍କ ବାପାଙ୍କ ଜୀବନ ଚାଲିଗଲା। ଗତ ମଙ୍ଗଳବାର ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ଚାଲିଥିଲା। ଉଚ୍ଚ ଶବ୍ଦରେ ଡିଜେ ବାଜୁଥିଲା। କାହାକୁ କହିଲେ ବି କେହି ଶୁଣିଲେନି। ଡିଜେ ଶବ୍ଦରେ ଆମ ଘର ଦୁଲୁକୁଥିଲା। ଏକା ସାଙ୍ଗରେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ଶୋଭାଯାତ୍ରା କରୁଥିଲେ। ଏତେ ଉଚ୍ଚ ଶବ୍ଦକୁ କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ସମ୍ଭାଳିଥାଆନ୍ତେ। ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା। ମାତ୍ର ଡିଜେ ବାଜିଲା ପରେ ତାଙ୍କର ମୃତ୍ୟୁ ହେଲା ବୋଲି ଦେବୀଙ୍କ ପୁଅ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, କ୍ୟାରିଅରର ପ୍ରାରମ୍ଭିକ ଅବସ୍ଥାରେ ‘ଜେଲ ଟାଇଗର’ ଭଳି ନାକଟରେ ଦେବୀ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ବାନ୍ଧି ହୋଇ ରହିଥିଲେ । ଖାଲି ଅଭିନେତା ଭାବେ ନୁହେଁ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ନିଜ ବଳିଷ୍ଠ ପ୍ରତିଭାର ପରିଚୟ ଦେଇଥିଲେ ।

ତାରପୁର ଅପେରା, ବାଘା ଜତିନ ଲୋକନାଟ୍ୟ ଭଳି ଏକାଧିକ ଯାତ୍ରା ଅନୁଷ୍ଠାନରେ ବିଭିନ୍ନ ନାଟକରେ ଭିନ୍ନ ଭିନ୍ନ ଭୂମିକାରେ ସେ ବଳିଷ୍ଠ ଅଭିନୟ ପ୍ରଦର୍ଶନ କରିଥିଲେ । ବିଶେଷ କରି ଜଣେ ଚରିତ୍ର ଅଭିନେତା ଭାବେ ଯାତ୍ରାରେ ସେ ଦର୍ଶକଙ୍କ କରତାଳି ସାଙ୍ଗକୁ ପ୍ରଶଂସା ସାଉଁଟିଥିଲେ । ଏହି ବରିଷ୍ଠ ଅଭିନେତା ନିଜର ବଳିଷ୍ଠ ଅଭିନୟ ପାଇଁ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ମଧ୍ୟ ହୋଇଥିଲେ । ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

Hot this week

ଆତଙ୍କବାଦ ବିରୁଦ୍ଧରେ କାହିଁକି କହୁନାହାଁନ୍ତି ରାହୁଲ : ବିଜେପି

ସମାଜ ଲାଇଭ୍ ଡେସ୍କ : ଦିଲ୍ଳୀ ବିସ୍ଫୋରଣ ଘଟଣାରେ କଂଗ୍ରେସ ନେତା...

ତେଜସ୍ବୀଙ୍କୁ ଖୁସି କଲା ଏହି ଏକଜିଟ୍ ପୋଲ୍, ଆରଜେଡି ସବୁଠୁ ବଡ ଦଳ

ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ...

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

Related Articles

Popular Categories