www.samajalive.in
Sunday, December 7, 2025
14.1 C
Bhubaneswar

ନିଜାମୁଦ୍ଦିନ ମରକଜରେ ସାମିଲ ହୋଇଛନ୍ତି ଓଡ଼ିଆ

ଭୁବନେଶ୍ଵର: ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ତବ୍‌ଲିଗୀ ଜମାତର ମରକଜରେ ଅନୁଷ୍ଠିତ ଧାର୍ମିକ ଉତ୍ସବରେ ଏକାଠି ହୋଇଥିବା ପ୍ରାୟ ୨ ହଜାର ମୁସଲମାନଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରୁ ୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ସାରା ଦେଶରେ ଚିନ୍ତା ବଢ଼ିଯାଇଛି। ଏପରି କି ଏହି ଧର୍ମୀୟ ଉତ୍ସବରେ ଓଡ଼ିଶାରୁ କେତେଜଣ ଯୋଗଦେଇଥିବା ଏକ ଗଣମାଧ୍ୟମ ଚ୍ୟାଲେନର ରିପୋର୍ଟରୁ ଜଣାପଡ଼ିଛି। ଏବେ ସେମାନେ କେଉଁଠି ଏବଂ କିପରି ଅବସ୍ଥାରେ ଅଛନ୍ତି ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସେମାନଙ୍କୁ ଠାବ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧ରୁ ୧୫ ତାରିଖ ମଧ୍ୟରେ ଏଠାରେ ଧର୍ମୀୟ କାର୍ଯ୍ୟକ୍ରମ ଚାଲିଥିବାବେଳେ ବିଭିନ୍ନ ଦେଶର ନାଗରିକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ କାର୍ଯ୍ୟକ୍ରମ ପରେ ଅନେକ ଲୋକ ନିଜ ନିଜ ରାଜ୍ୟ ଏବଂ ଦେଶକୁ ଫେରିଛନ୍ତି। ଏଥିରେ ଯୋଗଦେଇଥିବା ଜଣେ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ପ୍ରାଣ ହରାଇବା ପରେ ଏହି ସମାଗମ ଭିତରେ କରୋନା ଭୂତାଣୁ ବ୍ୟାପିଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ମରକଜରେ ଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩୩୪ ଜଣଙ୍କଠାରେ ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି। ଏହା ସହିତ ମରକଜରୁ ୧ ହଜାରରୁ ଅଧିକ ଲୋକଙ୍କୁ ବାହାରକୁ ଅଣାଯାଇଛି। ସେଥିରୁ ୭୦୦ ଲୋକଙ୍କୁ ଦିଲ୍ଲୀ ସରକାର କ୍ବାରେଣ୍ଟାଇନରେ ରଖିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories